ଦିଲ୍ଲୀ ସହ ଉତ୍ତର ଭାରତକୁ ଭୂକମ୍ପ ଝଟକା

ନୂଆଦିଲ୍ଲୀ: ରାଜଧାନୀକୁ ଭୂକମ୍ପ ଝଟକା । ଦିଲ୍ଲର ଏନସିଆରରେ ଆଜି ଦିନ ୨ଟା ୫୩ ମିନିଟରେ ଭୂକମ୍ପ ଝଟକା ଅନୁଭବ ହୋଇଛି । ନେପାଳ ଭୂକମ୍ପର କେନ୍ଦ୍ରସ୍ଥଳ ହୋଇଥିବା ବେଳେ ଏହାର ରିକ୍ଟର ସ୍କେଲରେ ତିବ୍ରତା ୬.୨ ରେକର୍ଡ କରାଯାଇଛି । ବର୍ତ୍ତମାନ ସୁଦ୍ଧା ଏହି ଭୂକମ୍ପରେ କୌଣସି ଧନଜୀବନ କ୍ଷୟକ୍ଷତି ନେଇ କୌଣସି ସୂଚନା ମିଳିନାହିଁ । ଭୂକମ୍ପରେ ଅନୁଭବ ହେବା ମାତ୍ରେ ଲୋକେ ଭୟରେ ନିଜ ନିଜ ଘରୁ ବାହାରକୁ ପଳାଇ ଆସିଥିଲେ। ଦିଲ୍ଲୀ ସହ ଉତ୍ତର ଭାରତରେ ମଧ୍ୟ ଭୂକମ୍ପ ଅନୁଭବ ହୋଇଛି। ଉତ୍ତର ପ୍ରଦେଶ ଓ ଉତ୍ତରାଖଣ୍ଡରେ ମଧ୍ୟ ଭୂକମ୍ପ ଝଟକା ଅନୁଭବ ହୋଇଛି।