ବଲୁଚିସ୍ତାନରେ ଭୂକମ୍ପ ଝଟକା ଅନୁଭୂତ

ପାକିସ୍ତାନ: ଆଜି ପାକିସ୍ତାନର ବଲୁଚିସ୍ତାନରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ଏହାର ତୀବ୍ରତା ରିକ୍ଟର ସ୍କେଲରେ ୫.୪ ରେକର୍ଡ କରାଯାଇଥିବା ବେଳେ ଏଥିରେ କୌଣସି ଧନଜୀବନ କ୍ଷତୀ ହୋଇନଥିବା କୁହାଯାଉଛି । ତେବେ ଏହି ଭୂକମ୍ପର କେନ୍ଦ୍ର କ୍ୱେଟାର ୧୫୦ କିଲୋମିଟର ଉତ୍ତର-ପଶ୍ଚିମ ଦିଗରେ ୩୫ କିଲୋମିଟର ଗଭୀରରେ ଥିଲା। ସୂଚନାନୁସାରେ କ୍ୱେଟା, ନୋସ୍କି, ଚାଗି, ଚମାନ, କିଲା ଅବଦୁଲ୍ଲା, ଡାଲବାଡିନ୍, ପିସିନ୍ ଏବଂ ପ୍ରଦେଶର ଅନ୍ୟାନ୍ୟ ଅଞ୍ଚଳରେ ଭୂକମ୍ପ ଅନୁଭୂତ ହୋଇଥିଲା।