ସର୍ଚ୍ଚ ଅପରେସନ ବେଳେ ଠାବ ହୋଇଛି ବିପୁଳ ମାଓ ଡମ୍ପ

0

ମାଲକାନଗିରି /ଆଶିଷ  ବାଇନ:ମାଲକାନଗିରି ଜିଲ୍ଲା ବିଏସଏଫ ଯବାନଙ୍କୁ ପୁଣି ଏକ ସଫଳତା। ବିଏସଏଫ ବାଟାଲିୟନ ୨ ର ସର୍ଚ୍ଚ ଅପରେସନ ବେଳେ ଠାବ କଲା ବିପୁଳ ପରିମାଣର ମାଓ ଡମ୍ପ। ମାଲକାନଗିରି ଜିଲ୍ଲା ମାଥିଲି ଥାନା ଅନ୍ତର୍ଗତ ଟେମୁରପାଲି ପଞ୍ଚାୟତର କିରମିଟ ଏବଂ  ତୁଳସୀ ଗାଁ ଜଙ୍ଗଲରେ ନିକଟ ଏକ ଗଛ ପାଖରେ ଥିବା ପଥର ଖୋଲରୁ ଯବାନଙ୍କୁ ମିଳିଲା ମାଓ ସାମଗ୍ରୀ। ଉଦ୍ଧାର ସାମଗ୍ରୀ ମଧ୍ୟରେ ଆଲୁମିନିୟମ ଡ୍ରମ , ଏକ ଓ୍ବେରଲେସ ଓ ବ୍ୟାଟେରୀ , ହାତ ବୋମା , ଆଣ୍ଟିନା , ୪ ଟି ୧୨ ବୋର୍ ବନ୍ଧୁକ , ପ୍ଲାଷ୍ଟିକ ଜରି , ବ୍ୟାଗ ଏବଂ ୮୨ ଟି ମାଓ ସାହିତ୍ୟ ବିଏସଏଫ ଯବାନଙ୍କ ଦ୍ୱାରା ଉଦ୍ଧାର କରାଯାଇଛି। ସୁରକ୍ଷା କର୍ମୀଙ୍କୁ ଟାର୍ଗେଟ କରିବା ପାଇଁ ମାଓବାଦୀ କରିଥିଲେ ଯୋଜନା।ଏବେବି BSF ପକ୍ଷରୁ ସର୍ଚ୍ଚ ଅପରେସନ ଜାରି ରହିଛି।