ଓଡିଆ ଛାତ୍ରୀ ଗଣଦୁଷ୍କର୍ମ ମାମଲା: ହସ୍ପିଟାଲ୍‌ରୁ ଡିସଚାର୍ଜ ପୀଡ଼ିତା ମେଡିକାଲ୍‌ ଛାତ୍ରୀ

ଦୁର୍ଗାପୁର: ପଶ୍ଚିମବଙ୍ଗ ଦୁର୍ଗାପୁର ହସ୍ପିଟାଲ୍‌ରୁ ପୀଡ଼ିତା ମେଡିକାଲ୍‌ ଛାତ୍ରୀ ଡିସଚାର୍ଜ । ଗଣଦୁଷ୍କର୍ମ ପୀଡ଼ିତାଙ୍କ ଡିସ୍‌ଚାର୍ଜ ନେଇ ମେଡିକାଲ୍‌ ପକ୍ଷରୁ ସୂଚନା । ପୀଡ଼ିତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ଆସିବା ପରେ ଡିସ୍‌ଚାର୍ଜ । ଗଣଦୁଷ୍କର୍ମର ଶିକାର ପରେ ଗତ ଶୁକ୍ରବାରରୁ ଭର୍ତ୍ତି ହୋଇଥିଲେ । ଡିସଚାର୍ଜ ପରେ ବି ଆଉ କିଛି ଦିନ ପଶ୍ଚିମବଙ୍ଗରେ ରହିବେ ପୀଡ଼ିତା । ମାମଲାର ତଦନ୍ତରେ ସହଯୋଗ ପାଇଁ ଆଉ କିଛି ଦିନ ରହିବେ ।

ସୂଚନା ଅନୁସାରେ, ଓଡ଼ିଶା ଡାକ୍ତରୀ ଛାତ୍ରୀ ଗଣଦୁଷ୍କର୍ମ ଘଟଣାରେ ପୁରୁଷବନ୍ଧୁଙ୍କ ସମେତ ୬ଜଣଙ୍କୁ ରିମାଣ୍ଡରେ ନେଇ ଖୋଳତାଡ କରୁଛି ଦୁର୍ଗାପୁର ପୁଲିସ ।  ଶୁକ୍ରବାର ରାତିରେ ପ୍ରକୃତରେ କଣ ଘଟିଥିଲା ତାର ସମ୍ପୂର୍ଣ୍ଣ ତଥ୍ୟ ହାସଲ ପାଇଁ ପଚରାଉଚୁରା କରିବ ।  ଏଥିସହ ଅଭିଯୁକ୍ତ ଓ ଛାତ୍ରୀଙ୍କ ପୁରୁଷ ବନ୍ଧୁଙ୍କର ମଧ୍ୟ ମିଛ ଧରା ପରୀକ୍ଷା କରିବାକୁ ଯୋଜନା କରିଛି ପୁଲିସ୍ ।  ଛାତ୍ରୀଙ୍କ ପୁରୁଷ ବନ୍ଧୁଙ୍କ ସମେତ ଏପର୍ଯ୍ୟନ୍ତ ୬ଜଣଙ୍କୁ ପୁଲିସ ବାନ୍ଧିବା ପରେ ବି ଛାତ୍ରୀଙ୍କ ସହ କଣ ଘଟିଥିଲା ତା ଉପରୁ ସମ୍ପୂର୍ଣ୍ଣ ପରଦା ଉଠାଇ ପାରିନି ଦୁର୍ଗାପୁର ପୁଲିସ୍ ।  ପୂର୍ବରୁ ୫ ଅଭିଯୁକ୍ତଙ୍କୁ ୧୦ ଦିନିଆ ରିମାଣ୍ଡରେ ନେଇ ପଚରାଉଚରା କରୁଛି ।