ୟୁଏଇରେ ଆୟୋଜିତ ହେବ ପ୍ରଥମ ମିସ୍ ୟୁନିଭର୍ସ
ଆପଣ ଜାଣନ୍ତି ଦୁବାଇରେ ମିସ୍ ୟୁନିଭର୍ସ ୟୁଏଇ ଆୟୋଜନ କରାଯିବ। ଇତିହାସରେ ଏଭଳି ପ୍ରଥମ ଥର ହେବାକୁ ଯାଉଛି ଯେ, ପ୍ରଥମ ଥର ୟୁଏଇର ମିସ୍ ୟୁନିଭର୍ସ କନଟେଷ୍ଟରେ ଯୋଗ ଦେବାକୁ ଯାଉଛି।
(ଦୁବାଇ) : ଆପଣ ଜାଣନ୍ତି ଦୁବାଇରେ ମିସ୍ ୟୁନିଭର୍ସ ୟୁଏଇ ଆୟୋଜନ କରାଯିବ। ଇତିହାସରେ ଏଭଳି ପ୍ରଥମ ଥର ହେବାକୁ ଯାଉଛି ଯେ, ପ୍ରଥମ ଥର ୟୁଏଇର ମିସ୍ ୟୁନିଭର୍ସ କନଟେଷ୍ଟରେ ଯୋଗ ଦେବାକୁ ଯାଉଛି। ଏଥିପାଇଁ ଦୁବାଇରେ ପ୍ରଥମ ବ୍ୟୁଟି କନଟେଷ୍ଟ ‘ମିସ୍ ୟୁନିଭର୍ସ ୟୁଏଇ’ ଆୟୋଜନ କରାଯିବ। ଏହି କନଟେଷ୍ଟ ପାଇଁ ଆବେଦନ ଓ ଚୟନ ପକ୍ରିୟା ୭ ଅକ୍ଟୋବରରୁ ଆରମ୍ଭ ହେବ। କେବଳ ଅଫିସିଆଲ ଓ୍ବେବସାଇଟ୍ରେ ଯାଇ ଅନଲାଇନ୍ ରେଜିଷ୍ଟେ୍ରସନ୍ କରିପାରିବେ ପ୍ରତିଯୋଗୀ।
ସୂଚନାନୁଯାୟୀ , ସବୁଠାରୁ ବଡ କଥା ହେଲା ଏହି ପ୍ରତିଯୋଗୀତାରେ ଭାରତ ସହିତ ଅନ୍ୟ ଦେଶର ଝିଅମାନେ ମଧ୍ୟ ଅଂଶ ଗ୍ରହଣ କରିପାରେ, ଯାହାଙ୍କର ବୟସ ୧୮ ରୁ ୨୦ ବର୍ଷ ଭିତରେ ରହିବ। ବ୍ୟୁଟି କନଟେଷ୍ଟର ଫାଇନାଲ ୭ ନଭେମ୍ବର ୨୦୨୧ରେ ଅଲ୍ ହବତୁର ସହରର ଲା ପାର୍ଲେରେ ହେବ। ତିନି ଘଣ୍ଟାର ଏହି ଇଭେଣ୍ଟରେ ଅନେକ ରାଉଣ୍ଡ ରହିବ। ମିସ୍ ୟୁନିଭର୍ସ ୟୁଏଇର ବିଜେତା ଏହି ଇଣ୍ଟରନ୍ୟାସନାଲ ପ୍ଲାଟଫର୍ମରେ ପରଫରମାନ୍ସ କରିବେ। ବର୍ତ୍ତମାନର ମିସ୍ ୟୁନିଭର୍ସ ମେକ୍ସିକୋର ଆଣ୍ଡ୍ରିୟା ମେଜା ଅଛନ୍ତି। ପ୍ରତିଯୋଗୀତାର ୬୯ ତମ ସଂସ୍କରଣର ଆୟୋଜନ ମଇ ମାସରେ ଫ୍ଲୋରିଡାରେ ହେବ।