ଡ୍ରୋନ୍ ବ୍ୟବହାର କରି ରିମ୍ଝିମ୍ ବର୍ଷାର ଆନନ୍ଦ ନେଲେ ଦେଶବାସୀ
ସଂଯୁକ୍ତ ଆରବ ଏମିରଟ (ୟୁଏଇ) ଏହି ସମୟରେ ଭୟଙ୍କର ଗରମରେ ଜଳୁଛି। ଲୋକେ ଏଥିରୁ ବର୍ତ୍ତିବା ପାଇଁ ଅଣନିଶ୍ୱାସୀ ପ୍ରାୟ।
(ଦୁବାଇ) : ସଂଯୁକ୍ତ ଆରବ ଏମିରଟ (ୟୁଏଇ) ଏହି ସମୟରେ ଭୟଙ୍କର ଗରମରେ ଜଳୁଛି। ଲୋକେ ଏଥିରୁ ବର୍ତ୍ତିବା ପାଇଁ ଅଣନିଶ୍ୱାସୀ ପ୍ରାୟ। ଏଥିପାଇଁ ଟେକ୍ନୋଲୋଜିର ସାହାଯ୍ୟରେ ବର୍ଷା କରାଇ ଏହାର ଦୁବାଇର ସହରକୁ ୫୦ ଡ଼ିଗ୍ରୀର ତାପମାତ୍ରାରୁ ଆଶ୍ୱସ୍ତି ଦେବା ପାଇଁ ନିଷ୍ପତ୍ତି ନେଇଛି ୟୁଏଇ। କୃତ୍ରିମ ବର୍ଷା ପାଇଁ ଡ୍ରୋନ୍ର ବ୍ୟବହାର କରିଛନ୍ତି ଏବଂ ସହରର ଲୋକ ରିମ୍ଝିମ୍ ବର୍ଷାର ଆନନ୍ଦ ନେଇଛନ୍ତି।
ସୂଚନାନୁଯାୟୀ , ଅନେକ ଅଞ୍ଚଳରେ ଏହି ପ୍ରକ୍ରିୟାରେ ଏତେ ମାତ୍ରାରେ ବର୍ଷା କରାଯାଇଛି କି ପାଣିପାଗ ବିଭାଗକୁ ଅରେଞ୍ଜ ଆଲର୍ଟ ଜାରି କରିବାକୁ ପଡ଼ିଛି। ହେଲେ ଏହି ଟେକ୍ନିକ୍ ଏବେ ମଧ୍ୟ ଟ୍ରାଏଲ୍ରେ ରହିଛି। କିନ୍ତୁ ଏହାର ସଫଳତା ନେଇ ଏହାକୁ ଆଗକୁ ଜାରି ରଖିବାକୁ ପଡ଼ିପାରେ। ସଂଯୁକ୍ତ ଆରବ ଏମିରଟ(ୟୁଏଇ)ର ନ୍ୟାସନାଲ ସେଣ୍ଟର ଅଫ୍ ମେଟିୟୋରୋଲୋଜି କୃତ୍ରିମ ବର୍ଷାର ଆଇଡିଆରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରିଛି । ଏହାର କାରଣ ଏହାକି ପ୍ରତି ବର୍ଷ ହେବାକୁ ଥିବା ଲୁ’ର ପ୍ରଭାବରୁ ରକ୍ଷା ପାଇବା ପାଇଁ କୌଣସି ଉପାୟ ଆବଶ୍ୟକ । କାରଣ ପ୍ରତି ବର୍ଷ କିଛି ନା କିଛି ଆଭରେଜ୍ ବର୍ଷାରେ ଅଭାବ ଦେଖିବାକୁ ମିଳେ।