ଭୁବନେଶ୍ୱର : ସୁନ୍ଦର ଦେଖାଯିବା ପାଇଁ କିଏ ବା ନଚାହେଁ ଖାସ କରି ମହିଳା ମାନେ ସୁନ୍ଦର ଦେଖାଯିବା ପାଇଁ ବିଭିନ୍ନ ପ୍ରକାର ପ୍ରଣାଳୀ ଆପଣେଇଥାନ୍ତି । ଯେମିତିକି ତ୍ୱଚାର ଭଲସେ କେୟାର କରିବା ଓ ସୁନ୍ଦର ଦେଖାଯିବା ପାଇଁ ଅନେକ ପ୍ରକାର ଉପଚାର କରନ୍ତି ଓ କେୟାର ମଧ୍ୟ କରିଥାନ୍ତି | ତେବେ ମହିଳାମାନେ ନିଜ ତ୍ୱଚାକୁ ଶୁଷ୍କ ହେବାରୁ ରକ୍ଷା କରିବା ପାଇଁ ଗ୍ଲିସେରିନକୁ ବ୍ୟବହାର କରିଥାନ୍ତି ଆଉ ଗ୍ଲିସେରିନର ମଧ୍ୟ ଅନେକ ଭୂମିକା ରହିଛି । ତେବେ ଅପଯନୀ ଆଶ୍ଚର୍ଯ୍ୟ ହେବେ ଯଦି ଆପଣ ଗ୍ଲିସେରିନ ବ୍ୟବହାର କରୁଛନ୍ତି ତାହାଲେ ଏହାକୁ କେବେବି ସିଧାସଳଖ ବ୍ୟବହାର କରନ୍ତୁ ନାହିଁ।
କାହିଁକି ନା ଏହାକୁ ସିଧା ସଳଖ ବ୍ୟବହାର କରିବା ଦ୍ୱାରା ଏହାର ପ୍ରଭାବ ଖରାପ ପଡିଥାଏ | ଏହାକୁ ସବୁବେଳେ ଗୋଲାପ ଜଳ କିମ୍ବା ମିନେରାଲ ୱାଟରରେ ମିଶାଇ ବ୍ୟବହାର କରନ୍ତୁ । ସେହିପରି ଏହାକୁ ମୁହଁରେ ଲଗାଇବା ପୂର୍ବରୁ ମୁହଁକୁ ଭଲଭାବେ ଧୋଇନିଅନ୍ତୁ । ଏହାପରେ ତୁଳାରେ କିଛି ବୁନ୍ଦା ନେଇ ମୁହଁରେ ମସାଜ୍ କରନ୍ତୁ । କିଛି ସମୟ ରଖିବା ପରେ ମୁହଁକୁ ସାଧା ପାଣିରେ ଧୋଇଦିଅନ୍ତୁ । ତ୍ୱଚା କୋମଳ ରହିବ ।ଯଦି ମୁହଁରେ ଚର୍ମ ଶୁଷ୍କ ହୋଇଯାଉଛି, ତାହେଲେ ଅଧା ଚାମଚ ଗ୍ଲିସେରିନ୍ ସହିତ ୧ ଚାମଚ ଗୋଲାପ ଜଳ ଓ ୧ ଚାମଚ ମିଲ୍କ ପାଉଡର ମିଶାନ୍ତୁ । ଏହାକୁ ଭଲଭାବେ ମୁହଁରେ ଲଗାନ୍ତୁ । ୫ ମିନିଟ୍ ପରେ ମୁହଁକୁ ଭଲଭାବେ ଧୋଇଦିଅନ୍ତୁ । ମୁହଁ ରୁକ୍ଷ ଓ ଶୁଷ୍କ ହେବାରୁ ରକ୍ଷା ପାଇବ ନିଶ୍ଚୟ ।୧୦୦ ଗ୍ରାମ ଗୋଲାପ ଜଳ ସହିତ ୧ ଚାମଚ ଗ୍ଲିସେରିନ୍ ମିଶାଇ ବୋତଲର ଠିପି ବନ୍ଦ କରି ଫ୍ରିଜରେ ରଖିଦିଅନ୍ତୁ । ଏହି ଲୋସନକୁ ହାତ, ଗୋଡ, କିମ୍ବା ଶୁଷ୍କ ତ୍ୱଚାରେ ବ୍ୟବହାର କରନ୍ତୁ ।