ଖୁବ୍ ଶୀଘ୍ର ଗିରଫ ହେବେ ଡୋନାଲ୍ଡ ଟ୍ରମ୍ପ, ପର୍ଣ୍ଣଷ୍ଟାରଙ୍କୁ ଅର୍ଥ ପ୍ରଦାନ ମାମଲାରେ ଆଜି ହୋଇପାରନ୍ତି ଗିରଫ

ଖୁବ୍ ଶୀଘ୍ର ଗିରଫ ହେବେ ପୂର୍ବତନ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ପର୍ଣ୍ଣଷ୍ଟାରଙ୍କୁ ଅର୍ଥ ପ୍ରଦାନ ମାମଲାରେ ଆଜି ହୋଇପାରନ୍ତି ଗିରଫ । ଏ ନେଇ ନିଜେ ପ୍ରକାଶ କରିଛନ୍ତି ଡୋନାଲ୍ଡ ଟ୍ରମ୍ପ ।ଦଶନ୍ଧି ତଳେ ଟ୍ରମ୍ପଙ୍କ ଦ୍ବାରା ଘଟିଥିବା ଯୌନ ସମ୍ପର୍କିତ ଆକ୍ଷେପ ଘଟଣାରେ ଦୁଇ ମହିଳାଙ୍କୁ ଚୁପ୍ କରିବା ଲାଗି ହେବେ ଗିରଫ । ଟ୍ରମ୍ପଙ୍କ ନିର୍ଦ୍ଦେଶ ଅନୁସାରେ ୨୦୧୬ରେ ପର୍ଣ୍ଣଷ୍ଟାର ଷ୍ଟର୍ମି ଡାନିଏଲସ ଓ ପ୍ଲେବ୍ୟାକ ମଡେଲ କାରେନ ମାକଡୁଗଲଙ୍କୁ ଚୁପ୍ କରିବା ଲାଗି ଓକିଲ ମାଇକେଲ କୋହେନ ୧ ଲକ୍ଷ ୩୦ ହଜାର ଡଲାର ଦେଇଥିଲେ ବୋଲି ଅଭିଯୋଗ ହୋଇଥିଲା । ତେବେ ଏହି ଅଭିଯୋଗକୁ ଖଣ୍ଡନ କରିଥିଲେ ଟ୍ରମ୍ପ୍ । ୨୦୨୪ ନିର୍ବାଚନ ପୂର୍ବରୁ ଡେମୋକ୍ରାଟିକ ପାର୍ଟିର ଏହା ଏକ ଷଡ଼ଯନ୍ତ୍ର ବୋଲି ସେ କହିଥିଲେ । ଟ୍ରମ୍ପଙ୍କ ପୂର୍ବତନ ଓକିଲ ମାଇକେଲ କୋହେନଙ୍କ ସମେତ କେତେକ ସୀକ୍ଷୀଙ୍କୁ ଏହି ମାମଲାରେ ଜେରା କରୁଛନ୍ତି ମାନହଟ୍ଟନ ଡିଷ୍ଟ୍ରିକ୍ଟ ଆଟର୍ଣ୍ଣି ଆଲଭିନ ବ୍ରାଗ । ଟ୍ରମ୍ପଙ୍କୁ ଗିରଫ କରିବା ଲାଗି ନ୍ୟୁୟର୍କସ୍ଥିତ ଆଇନ ବିଭାଗ କାର୍ୟ୍ୟକର୍ତ୍ତାଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ପୂର୍ବରୁ ହ୍ବାଇଟ ହାଉସରୁ ଗୁରୁତ୍ବପୂର୍ଣ୍ଣ ଫାଇଲ ନିଜ ବାସଭବନକୁ ନେବା ଅଭିଯୋଗରେ ଟ୍ରମ୍ପଙ୍କ ବିରୋଧରେ ଏଫବିଆଇ ତଦନ୍ତ ଜାରି ରହିଛି ।