ଘରୋଇ ଏଲପିଜି ଗ୍ୟାସ୍ ସିଲିଣ୍ଡର ଦର  ୫୦ ଟଙ୍କା ବୃଦ୍ଧି

ନୂଆଦିଲ୍ଲୀ : ଖାଉଟିଙ୍କୁ ଝଟକା। ବଢ଼ିଲା ଏଲପିଜି ଗ୍ୟାସ ଦର। ସରକାର ଘରୋଇ ଏଲପିଜି ଗ୍ୟାସ୍ ସିଲିଣ୍ଡର ୫୦ ଟଙ୍କା ବୃଦ୍ଧି କରିଛନ୍ତି । ସୋମବାର ପେଟ୍ରୋଲିୟମ ମନ୍ତ୍ରୀ ହରଦୀପ ସିଂହ ପୁରୀ ଏନେଇ ସୂଚନା ଦେଇଛନ୍ତି । ସେ କହିଛନ୍ତି କି ଘରୋଇ ଗ୍ୟାସ୍ ସିଲିଣ୍ଡର ଓ ଉଜ୍ବଳା ଯୋଜନା ଉପରେ ଦାମ୍ ୫୦ ଟଙ୍କା ବୃଦ୍ଧି ହୋଇଛି । ନୂଆ ଦର ଆଜି ରାତି ୧୨ଟାରୁ ଲାଗୁ ହେବ । ଏବେ ଗ୍ୟାସ୍ ୮୨୯ ଟଙ୍କାରେ ମିଳୁଛି । ଦାମ୍ ବଢିବା ପରେ ୮୭୯ ଟଙ୍କା ହୋଇଯିବ ।

ସୂଚନା ଅନୁଯାୟୀ, ଏହା ପୂର୍ବରୁ ସରକାର ପେଟ୍ରୋଲ-ଡିଜେଲ ଉପରେ ୨ ଟଙ୍କା ଲେଖାଏଁ ଏକ୍ସସାଇଜ ଡ୍ୟୁଟି ବଢ଼ାଇଛନ୍ତି। ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳର ମୂଲ୍ୟ କମ ହୋଇଛି, ଯେଉଁଥିପାଇଁ ସରକାର ପେଟ୍ରୋଲିୟମ କମ୍ପାନି ଯେପରିକି ଭାରତ ପେଟ୍ରୋଲିୟମ, ରିଲାଏନ୍ସ ଓ ହିନ୍ଦୁସ୍ତାନ ପେଟ୍ରୋଲିୟମ୍ ଉପରେ ଲାଗୁ ଥିବା ଉତ୍ପାଦ ଶୁଳ୍କକୁ ପ୍ରତି ଲିଟର ୨ ଟଙ୍କା ବଢାଯାଇଛି । ତେବେ ସୂତ୍ରଅନୁସାରେ ଏହି ବୃଦ୍ଧିର ପ୍ରଭାବ ଗ୍ରାହକଙ୍କ ଉପରେ ପଡ଼ିବ ନାହିଁ ।