ସୋନପୁର: ରାଜ୍ୟରେ ଚୋରା ବାଲିଚାଲାଣ ହେଉଥିଲା ଏବେ ରାଜ୍ୟରେ ବିନା ଅନୁମତିରେ ମାଟି ଚାଲଣ ମଧ୍ୟ ହେବାରେ ଲାଗିଛି । ବିନା ଅନୁମତିରେ ମାଟି ଚାଲାଣ ହେଉଥିବାର ଖବର ଏବେ ସୋନପୁରରୁ ଆସିଛି । ଏକ ହାଇୱା ଉପଜିଲ୍ଲାପାଳଙ୍କ ବିନା ଅନୁମତି ପତ୍ରରେ ଜିଲ୍ଲାର ଖାରି ନିକଟରୁ ମାଟିଚାଲାଣ କରୁଥିବା ସମୟରେ ସୋନପୁର ଉପଜିଲ୍ଲାପାଳ ଡ଼ଃ ଇପ୍ସିତା ପ୍ରିୟଦର୍ଶିନୀ ମିଶ୍ର ଚଢ଼ାଉ କରିଥିଲେ । ଚଢ଼ାଉ ସମୟରେ ଉକ୍ତ ହାଇୱା ମାଲିକଙ୍କ ଉପରେ ବେନିୟମ ମାଟି ଚାଲାଣ ନିମନ୍ତେ ଜୋରିମାନା କରୁଥିବାର ସୂଚନା ମିଳିଛି ।