ମାର୍ଗଶୀର ମାସରେ କରନ୍ତୁ ଏହି କାର୍ଯ୍ୟ, ବଦଳିଯିବ ଭାଗ୍ୟ

ଭୁବନେଶ୍ଵର: ହିନ୍ଦୁ ପଞ୍ଜିକାରେ ନବମ ମାସ ହେଉଛି ମାର୍ଗଶୀର । ହିନ୍ଦୁ ଶାସ୍ତ୍ର ଅନୁଯାୟୀ ଏହି ମାସକୁ ସର୍ବାଧିକ ପବିତ୍ର ମାସ ବୋଲି କୁହାଯାଏ । ଭଗବତ ଗୀତାରେ ମଧ୍ୟ ଭଗବାନ କହିଛନ୍ତି ଯେ ମାସ ଗୁଡିକ ମଧ୍ୟରୁ ମୁଁ ହେଉଛି ମାର୍ଗଶୀର । ଏହି ମାସରେ ସତ୍ୟଯୁଗର ଆରମ୍ଭ ହୋଇଥାଏ ବୋଲି ମାନ୍ୟତା ରହିଛି । ଏହି ମାସରେ କଶ୍ୟପ ଋଷି କାଶ୍ମୀରର ରଚନା କରିଥିଲେ । ଏହି ମାସ ଜପ, ତପ ଏବଂ ଧ୍ୟାନ ପାଇଁ ସର୍ବୋତ୍ତମ ବୋଲି କୁହାଯାଏ । ଏହି ମାସରେ ପବିତ୍ର ନଦୀରେ ସ୍ନାନ କରିବା ବିଶେଷ ଫଳ ଲାଭ ହୋଇଥାଏ । ଚଳିତବର୍ଷ ମାର୍ଗଶୀର ମାସ ୬ ନଭେମ୍ବରରୁ ୪ ଡିସେମ୍ବର ପର୍ଯ୍ୟନ୍ତ ରହିବ ।

ତେବେ ଏହି ମାସରେ ଏପରି କିଛି କାର୍ଯ୍ୟ ରହିଛି ଯାହାକୁ କରିବା ଦ୍ଵାରା ଭାଗ୍ୟ ପରିବର୍ତ୍ତନ ହୁଏ ବୋଲି କୁହାଯାଏ । ମାର୍ଗଶର ମାସରେ ମଙ୍ଗଳ କାର୍ଯ୍ୟ କରିବା ବିଶେଷ ଫଳପ୍ରଦ ଅଟେ । ଏହି ମାସରେ ସନ୍ତାନ ପ୍ରାପ୍ତି ପାଇଁ ବରଦାନ ବହୁତ ସହଜରେ ମିଳିଥାଏ । ଏହା ସହ ଚନ୍ଦ୍ରମାଙ୍କ ଠାରୁ ଅମୃତ ତତ୍ଵ ପ୍ରାପ୍ତି ହୋଇଥାଏ । ଏହି ମାସରେ କିର୍ତ୍ତନ କରିବା ଶୁଭ ଅଟେ । ମାର୍ଗଶୀର ମାସ ସଂଧ୍ୟା ବେଳେ ଉପାସନା ଅବଶ୍ୟ କରନ୍ତୁ । ଏହି ମାସରେ ପ୍ରତିଦିନ ଗୀତା ପାଠ କରନ୍ତୁ । ଏହି ମାସରେ ଭଗବାନ କୃଷ୍ଣଙ୍କ ଉପାସନା କରନ୍ତୁ । ତୁଳସୀ ପତ୍ର ଭୋଗ ଲଗାନ୍ତୁ ଏବଂ ଏହାକୁ ପ୍ରସାଦ ରୂପେ ପାଆନ୍ତୁ । ‘‘ଓଁ ନମୋ ଭଗବତେ ବାସୁଦେବାୟ’’ ଜପ କରନ୍ତୁ । ଏହି ମାସରେ ଜୀରା ସେବନ କରିବା ଅନୁଚିତ୍ ।