ଘରେ ବନାନ୍ତୁ ଫେସ ମାସ୍କ , ତ୍ୱଚାରେ ଆସିବ ଚମକ

ମହିଳା ମାନେ କର୍ଯ୍ୟ ବ୍ୟସ୍ତ ଯୋଗୁ ନିକ ଉପରେ ଧ୍ୟନ ଦେଇ ପାରୁନାହାନ୍ତି । ଖରା ବର୍ଷ ଧୂଳିରେ ତ୍ୱଚା ଖରାପ ପ୍ରଭାବ ପକାଉଛି । ସେଥିପାଇଁ ସ୍କିନ ପ୍ରତି ଧ୍ୟନ ଦେବା ଜରୁରୀ । ରାତିରେ ଶୋଇବା ପୂର୍ବରୁ ଫେସରେ ଲଗାଇ ନିଜ ସ୍କିନକୁ ସୁନ୍ଦର ଏବଂ ଗ୍ଲୋଇଂ କରିପାରିବେ । ତେବେ ଆସନ୍ତୁ ଜାଣିବା ଏହି ଫେସ ମାସ୍କ ବିଷୟରେ ।

ତରଭୂଜ ରସ: ତରଭୂଜରେ ଅନେକ ଔଷଧୀୟ ଗୁଣ ରହିଛି ଏଥିରେ ଭରପୂର ମାତ୍ରାରେ ଭିଟାମିନ ସି ରହିଥାଏ ତରଭୂଜରୁ ରସ ବାହାର କରି ଏହାକୁ ରାତିରେ ଶୋଇବା ପୂର୍ବରୁ ଚେହେରାରେ ଲଗାନ୍ତୁ ସକାଳେ ଉଠିବା ପରେ ଏହାକୁ ଧୋଇ ଦିଅନ୍ତୁ ଦେଖିବେ ଏପରି ସପ୍ତାହରେ ଦୁଇରୁ ତିନି ଥର କରିବା ଫଳରେ ସ୍କିନ ସୁନ୍ଦର ଦେଖାଯିବ

ଲେମ୍ବୁକ୍ରିମ ଫେସ ମାସ୍କଲେମ୍ବୁ ରସରେ ବ୍ଲିଚିଂ ଗୁଣ ରହିଥାଏ ଯାହା ସ୍କିନକୁ ଟୋନଡ କରିବା ସହ ଅଏଲ ଫ୍ରି କରିଥାଏ ଏହା ସହିତ କ୍ରିମରେ ଥିବା ଫ୍ୟାଟି ଏସିଡ ସ୍କିନକୁ ହାଇଡ୍ରେଡ ରଖିବାରେ ସାହାଯ୍ୟ କରିଥାଏ ଏକ ପାତ୍ରରେ ବଡ ଚାମଚ କ୍ରିମ ନିଅନ୍ତୁ ଏବଂ ଏଥିରେ ଲେମ୍ବୁ ରସ ମିଶାଇ ଭଲ ଭାବରେ ମିକ୍ସ କରିଦିଅନ୍ତୁ ଏବେ ଏହି ପେଷ୍ଟକୁ ଚେହେରାରେ ହାଲକା ଭାବେ ମସାଜ କରି ରାତିସାରା ଛାଡ଼ିଦିଅନ୍ତୁ ସକାଳୁ ଉଠି ଏହାକୁ ଭଲ ଭାବରେ ଧୋଇଦିଅନ୍ତୁ

କ୍ଷୀର ଏବଂ ହଳଦୀ: ହଳଦୀ ରେ ଥିବା ଆଣ୍ଟିଅକ୍ସିଡାଣ୍ଟ ସ୍କିନକୁ ସୁସ୍ଥ ରଖିଥାଏ । କଞ୍ଚା କ୍ଷୀରରେ ଲାକ୍ଟିକ ଏସିଡ ଏବଂ ପ୍ରୋଟିନ ଭରପୂର ମାତ୍ରାରେ ରହିଥାଏ, ଯାହା ତ୍ୱଚାକୁ ନରମ କରିଥାଏ । ତେଣୁ ଏହି ଫେସ ମାସ୍କ ସ୍କିନ ପାଇଁ ଖୁବ ଲାଭଦାୟୀ ହୋଇଥାଏ । ପ୍ରଥମେ ଅଧା ଚାମଚ ହଳଦୀ ଏବଂ କଞ୍ଚା କ୍ଷୀରକୁ ମିଶାଇ ଦିଅନ୍ତୁ । ହାତରେ ନେଇ ଏହାକୁ ଚେହେରାରେ ଲଗାନ୍ତୁ । ପରେ ଏହାକୁ ଥଣ୍ଡା ପାଣିରେ ଧୋଇ ଦିଅନ୍ତୁ । ଏପରି କିଛି ଦିନ କଲେ ଦେଖିବେ ଚେହେରା ଗ୍ଲୋ ଦେଖାଯିବ । ଏହି ଫେସ ମାସ୍କ ଖରା ଯୋଗୁଁ ହୋଇଥିବା ଟ୍ୟାନ ମଧ୍ୟ ଦୂର କରିଥାଏ ।

ଗୋଲାପ ଜଳ: ତ୍ଵଚାରୁ ଶୁଖୁଲାପଣ ଦୁରେଇବା ପାଇଁ ଗୋଲାପ ଜଳର ବ୍ୟବହାର କରାଯାଏ ଏହା ତ୍ଵଚାରେ ଲୁଚି ରହିଥିବା ମଇଳା ଦୂର କରିବାରେ ସାହାଯ୍ୟ କରିବା ସହିତ ସ୍କିନକୁ ସୁନ୍ଦର ଏବଂ ଗ୍ଲୋଇଂ କରିଥାଏ ରାତିରେ ଶୋଇବା ପୂର୍ବରୁ ଗୋଲାପ ଜଳ ଲଗାନ୍ତୁ ଏବଂ ସକାଳେ ଉଠି ତ୍ଵଚାକୁ ଧୋଇ ଦିଅନ୍ତୁ

ଆଳୁ ରସ ଏବଂ ଗ୍ରୀନ ଟି: ଏକ ପାତ୍ର ନେଇ ଆଳୁ ରସ ସହିତ ଗ୍ରୀନ ଟି ମିକ୍ସ କରିଦିଅନ୍ତୁ ପରେ ଏହାକୁ ଚେହେରାରେ ଲଗାଇ ରାତିସାରା ଛାଡ଼ିଦିଅନ୍ତୁ ସକାଳୁ ଏହାକୁ ଭଲ ଭାବେ ଧୋଇ ଦିଅନ୍ତୁ ଏହାକୁ ସପ୍ତାହରେ ଦୁଇରୁ ତିନି ଥର କରନ୍ତୁ ଦେଖିବେ ଚେହେରାରେ କେତେ ଫରକ ଆସିଛି ଗ୍ରୀନ ଟି ଆମ ସ୍ୱାସ୍ଥ୍ୟ ସହିତ ସ୍କିନ ପାଇଁ ମଧ୍ୟ ଖୁବ ଉପକାରୀ