ସୁବର୍ଣ୍ଣପୁର ଟାଉନ୍ ହଲ ଠାରେ ଜିଲ୍ଲା ପୋଲିସ ପକ୍ଷରୁ ସାଇବର ସୁରକ୍ଷା ଅଭିଯାନ ର ଶୁଭାରମ୍ଭ

ସୁବର୍ଣ୍ଣପୁର ଟାଉନ୍ ହଲ ଠାରେ ଜିଲ୍ଲା ପୋଲିସ ପକ୍ଷରୁ ସାଇବର ସୁରକ୍ଷା ଅଭିଯାନ ର ଶୁଭାରମ୍ଭ ହୋଇ ଯାଇଛି । ମୁଖ୍ୟ ଅତିଥି ଭାବରେ ଏଠାରେ ଉତ୍ତରାଞ୍ଚଳ ଆଇ ଜି ଶ୍ରୀ ହିମାଂଶୁ ଲାଲ୍ ଯୋଗ ଦେଇ ଭିଡିଓ କଲ୍, ହ୍ୱାଟସପ୍ କଲ୍, ଫେସ୍ ବୁକ୍ କଲ୍ ପ୍ରତି ଆପଣ ମାନେ ସଜାଗ ରୁହନ୍ତୁ, ମଝିରେ ମଝିରେ ଆପଣ ଅନ ଲାଇନ ବ୍ୟାଙ୍କିଙ୍ଗ ରେ ପାସ୍ ୱାର୍ଟ ଚେଞ୍ଜ କରନ୍ତୁ, ତଥାପି ଯଦି କୌଣସି ଫ୍ରଡ ର ଶିକାର ହେଉଛନ୍ତି ତାହେଲେ ଗୁଗୁଲ୍, ଫେସ୍ ବୁକ୍, ହ୍ୱାଟ୍ସ ସପ୍ ମଧ୍ୟମରେ  ତୁରନ୍ତ ଅଭିଯୋଗ କରିପାରିବେ ବୋଲି କହିଥିଲେ । ଯଦି ଏଥିରେ ଫେଲ୍ ମାରନ୍ତି ତାହେଲେ 1930 କୁ ତୁରନ୍ତ କଲ୍ କରି ଅଭିଯୋଗ କରିବାକୁ କହିଥିଲେ । ଓ ଏହି ସାଇବର କ୍ରାଇମ କୁ ନିୟନ୍ତ୍ରଣ କରିବାକୁ ହେଲେ ସମସ୍ତ ଲୋକ ଙ୍କ ସହଯୋଗ ଜରୁରୀ ବୋଲି କହିଥିଲେ । ସୁବର୍ଣ୍ଣ ପୁର ଏସପି ଶ୍ରୀ ନାରାୟଣ ନାଏକ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଟିତ ଏହି ଉତ୍ସବ ରେ ସମ୍ମାନିତ ଅତିଥି ଭାବରେ ସୁବର୍ଣ୍ଣପୁର ଜିଲ୍ଲାପାଳ ଡ଼. ନୃପ ରାଜ ସାହୁ ଯୋଗ ଦେଇ A/1 ଯୁଗରେ ସବୁ ସମ୍ଭବ ।  ସେଥିପାଇଁ ଆମେ ଲୋଭ ର ବଶବର୍ତ୍ତୀ ନ ହୋଇ ପୁରା ସତର୍କ ହେବା ଜରୁରୀ ବୋଲି କହିଥିଲେ ।

ଏବଂ ପୂର୍ବରୁ ତାଙ୍କ ନିଜର ଫେସ୍ ବୁକ୍ ହେକ୍କ ହୋଇଥିବା ଓ କିଛି ଲୋକ ଠକେଇ ହୋଇ ଥିବା ନିଜର ଅନୁଭୂତି କୁ ସେୟାର କରି ଉପସ୍ଥିତ ହଜାର ଛାତ୍ର ଛାତ୍ରୀ  ବୁଦ୍ଧିଜୀବୀ ଙ୍କୁ ସଚେତନ କରିଥିଲେ । ଅନ୍ୟତମ ଅତିଥି ଭାବରେ ସି ଡି ଏମ୍ ପି ଏଚ୍ ଓ ଉଷାରାଣୀ ଦାଶ, ପୌର ପରିଷଦ ଅଧ୍ୟକ୍ଷା ତାମସି ତାମସ୍ମିତା ନାଏକ , ବ୍ୟାଙ୍କ ଅଫ ବରୋଦା ମ୍ୟାନେଜର ଅକ୍ଷୟ କବାର, ଅତିରିକ୍ତ ଏସପି କେ କେ ହରି ପ୍ରସାଦ ଯୋଗ ଦେଇ ଡିଜିଟାଲ ଯୁଗରେ ସମସ୍ତେ ଶିକ୍ଷିତ ହେବା, ସ୍ମାର୍ଟ ହେବା ଠାରୁ ଅଧିକ ଡିଜିଟାଲ ସୁରକ୍ଷିତ ରହିବାକୁ ପଡିବ ବୋଲି କହିଥିଲେ । ନିମନ୍ତ୍ରିତ ଅତିଥି ଭାବରେ ଏ ଡି ଏମ୍ ଅଞଳିନା ପଧାନ ଯୋଗ ଦେଇ ଥିଲେ । ଉଦ୍ଘୋଷିକା ସସ୍ମିତା ପରମଗୁରୁ ସଭା କୁ ସଂଯୋଜନା କରିଥିଲେ। ଏଥି ରେ ବିଭିନ୍ନ ସ୍କୁଲ କଲେଜ ର ଛାତ୍ର ଛାତ୍ରୀ ଅଂଶ ଗ୍ରହଣ କରିଥିଲେ ।