ସୁବର୍ଣ୍ଣପୁର:- ଜିଲ୍ଲା ସ୍ୱାସ୍ଥ୍ୟ ସମିତି ତରଫରୁ ସ୍ଥାନୀୟ ସରକାରୀ ମହିଳା ସ୍ୱାସ୍ଥ୍ୟକର୍ମୀ ତାଲିମ କେନ୍ଦ୍ର ସୁବର୍ଣ୍ଣପୁର ତାଲିମ ଗୃହ ଠାରେ ଜିଲ୍ଲା ସ୍ତରୀୟ ବିଶ୍ୱ ଜନ ସଂଖ୍ୟା ଦିବସ-୨୦୨୫ ଅତିରିକ୍ତ ଜିଲ୍ଲା ଜନ ସ୍ୱାସ୍ଥ୍ୟ ଅଧିକାରୀ (ରୋଗ ନିୟନ୍ତ୍ରଣ) ଡ଼ା ରମେଶ ଚନ୍ଦ୍ର ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି l ଉକ୍ତ ସଭାରେ ଅତିରିକ୍ତ ଜିଲ୍ଲା ଜନ ସ୍ୱାସ୍ଥ୍ୟ ଅଧିକାରୀ (ଯକ୍ଷ୍ମା) ଡ଼ା ପଦ୍ମହଂସା ଦୋରା , ଜାତୀୟ ସ୍ୱାସ୍ଥ୍ୟ ମିଶନ ଜିଲ୍ଲା କାର୍ଯ୍ୟକ୍ରମ ପରିଚାଳକ ରୂପକ କୁମାର ମହାପାତ୍ର, ଅଧୀକ୍ଷକ ସରକାରୀ ମହିଳା ସ୍ୱାସ୍ଥ୍ୟକର୍ମୀ ତାଲିମ କେନ୍ଦ୍ର ସୁବର୍ଣ୍ଣପୁର ସ୍ମିତାଶ୍ରୀ ନାୟକ ପ୍ରମୁଖ ସମ୍ମାନୀତ ଅତିଥି ଭାବରେ ଉପସ୍ଥିତ ଥିଲେ। ଉପସ୍ଥିତ ଅତିଥି ବୃନ୍ଦ ଉକ୍ତ ଦିବସର ମହତ୍ୱ ତଥା ଜନ ସଂଖ୍ୟା ବୃଦ୍ଧିର କାରଣ ଓ ନିରାକରଣ ଉପରେ ବିଷଦ ଭାବରେ ଆଲୋଚନା କରି ସମସ୍ତଙ୍କୁ ସଚେତନତା ବାର୍ତା ମାଧ୍ୟମରେ ଜନସଂଖ୍ୟା ରୋକିବା ପାଇଁ ଆହ୍ୱାନ ଦେଇ, ପରିବାର ନିୟୋଜନ ଏକ ସାମାଜିକ ଦାୟିତ୍ୱ, ପ୍ରଥମ ଗର୍ଭଧାରଣରେ ବିଳମ୍ବ ଓ ସନ୍ତାନ ଜନ୍ମ ମଧ୍ୟରେ ବ୍ୟବଧାନ ପାଇଁ କୌଣସି ଗୋଟିଏ ଉପାୟ ଆପଣାନ୍ତୁ ଏବଂ ଏକ ସୁସ୍ଥ ସୁନ୍ଦର ସୁଖୀ ପରିବାର ଗଠନ କରିବାରେ ସହାୟକ ହୋଇ ପାରିବା ଉପରେ ଗୁରୁତ୍ୱାରୋପ କରିଥିଲେ।