ଛାତ୍ରଛାତ୍ରୀଙ୍କ ଅନ୍ତର୍ନିହିତ ପ୍ରତିଭାକୁ ପ୍ରକାଶ କରିବାରେ ସହାୟକ ହେଉଛି ସର୍ଗିଫୁଲ

ଶିଶୁମାନଙ୍କ ସୃଜନଶୀଳତା ଓ ପ୍ରତିଭାକୁ ଉଦ୍ଭାସିତ କରିବା ନେଇ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ହରେକୃଷ୍ଣପୁର ସ୍ଥିତ ଗୋପବନ୍ଧୁ ସରକାରୀ ହାଇସ୍କୁଲ,ରେ ଅନୁସୂଚିତ ଜାତି ଓ ଜନଜାତି ବିଭାଗ ପକ୍ଷରୁ ଜିଲ୍ଲା ସ୍ତରୀୟ ସର୍ଗିଫୁଲ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ବ୍ଲକରୁ ଆସିଥିବା ଛାତ୍ରଛାତ୍ରୀ ଅନେକ ବିଭାଗରେ ନିଜନିଜ ପ୍ରତିଭା ଦେଖାଇଥିଲେ । କାର୍ଯ୍ୟକ୍ରମରେ ବୌଦ୍ଧ ଜିଲ୍ଲାପାଳ ବିଭୁତି ଭୂଷଣ ନାଏକ ମୁଖ୍ୟଅତିଥି ଭାବେ ଯୋଗଦେଇ କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରିଥିଲେ। ଅନ୍ୟପଟେ ଜିଲ୍ଲା ଶିକ୍ଷା ଅଧିକାରୀ ଟ୍ୱେମିନାଲ ଦୁବେ, DWO ସୂର୍ଯ୍ୟନାରାୟଣ ବେହେରାଙ୍କ ସମେତ ଅନାନ୍ୟ ଅତିଥିଗଣ ଯୋଗ ଦେଇଥିଲେ।

କାର୍ଯ୍ୟକ୍ରମରେ ଚିତ୍ରାଙ୍କନ, କବିତା ପାଠ, ଗୀତ, ନୃତ୍ୟ, ନାଟକ, ଭାଷଣ, ଶିଶୁ ବିଜ୍ଞାନ ପ୍ରଦର୍ଶନ ଓ ଲୋକକଳା ଭଳି ବିଭିନ୍ନ ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ସର୍ଗିଫୁଲ ହେଉଛି ଏକ ଏମିତି ମଞ୍ଚ, ଯେଉଁଠି ଶିଶୁ ମାନେ ପାଠ ପୁସ୍ତକ ଠାରୁ ବାହାରି ଆସି ନିଜର ଅନ୍ତର୍ନିହିତ ଦକ୍ଷତା କୁ ପ୍ରକାଶ କରିପାରନ୍ତି ବୋଲି ଅତିଥି ମାନେ ମତ ରଖିଥିଲେ।