ଗଜପତି ଜିଲ୍ଲାସ୍ତରୀୟ ନିଯୁକ୍ତି ମେଳା ଅନୁଷ୍ଠିତ

ଗଜପତି/ବିବେକାନନ୍ଦ ବେହେରା: ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣ ଏବଂ ଜିଲ୍ଲା ପ୍ରଶାସନ, ଗଜପତିଙ୍କ ମିଳିତ ଆନୁକୁଲ୍ୟରେ ଜିଲ୍ଲାସ୍ତରୀୟ ନିଯୁକ୍ତି ମେଳା ପାରଳାଖେମୁଣ୍ଡି ସ୍ଥିତ ଗଜପତି ଷ୍ଟାଡିୟମ୍ ଠାରେ ଅନୁଷ୍ଠିତ ହୋଇଯାଇଛି।ଏହି ମେଳାରେ ବ୍ରହ୍ମପୁର ସାଂସଦ  ଚନ୍ଦ୍ର ଶେଖର ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ କରିବା ସହ ଉଦ୍ଘାଟନ କରିଥିଲେ । ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଜୀ ତିରୁପତି ରାଓ,  ମାରୀୟମ ରଇତ,ସ୍ବତନ୍ତ୍ର ଉନ୍ନୟନ ପରିଷଦ ଗଜପତି, ସ୍ମୃତି ରଞ୍ଜନ ପ୍ରଧାନ ଜିଲ୍ଲାପାଳ ଗଜପତି, ଡ଼.ଗୁଣନିଧି ନାୟକ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ୟ୍ୟନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ଗଜପତି, ସୁନାରାମ ସିଂ ଜିଲ୍ଲା ଶିଳ୍ପ ସଂଚାଳକ ଗଜପତି ପ୍ରମୁଖ ଯୋଗ ଦେଇଥିଲେ।

ପ୍ରଥମ ଦିନ ନିଯୁକ୍ତି ମେଳାରେ ଗୋସାଣୀ,କାଶୀନଗର, ଗୁମ୍ମା ଓ ରାୟଗଡ଼ ୪ଟି ବ୍ଲକର ୭୧୩ ଜଣ ଶିକ୍ଷିତ ଯୁବକ ଓ ଯୁବତୀମାନେ ସେମାନଙ୍କ ନାମ ପଞ୍ଜିକରଣ କରିଥିବା ବେଳେ ୫୩୯ ଜଣଙ୍କୁ ଚୟନ କରଯାଇଛି। ନିଯୁକ୍ତି ମେଳାରେ ୩୦ ଗୋଟି ସଂସ୍ଥା  ପ୍ରମୁଖ  ଅଂଶ ଗ୍ରହଣ କରିଥିଲେ । ଜିଲ୍ଲା କର୍ମ ନିୟୋଜନ ଅଧିକାରୀ  ସୌଭାଗ୍ୟ ସ୍ମୃତି ରଞ୍ଜନ ତ୍ରିପାଠୀ ପ୍ରାରମ୍ଭିକ ସୂଚନା ପ୍ରଦାନ ସହ ଧନ୍ୟବାଦ ଦେଇଥିଲେ । ସେହିପରି ଆଜି ୧୦ ଘଟିକା ସମୟରେ  ନୂଆଗଡ ବ୍ଲକ ଅନ୍ତର୍ଗତ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ପଡ଼ିଆ ଅନୁଗୁର ଠାରେ ନୂଆଗଡ ବ୍ଲକ ସମେତ ଆର.ଉଦୟଗିରି ଓ ମୋହନା ବ୍ଲକର ଯୁବକ ଯୁବତୀମାନେ ନିଯୁକ୍ତି ମେଳା ଯୋଗ ଦେବା ସହ ଏହି କାର୍ୟ୍ୟକ୍ରମରେ ବିଭିନ୍ନ ବିଭାଗର  ଅଧିକାରୀ ସମେତ ବିଭିନ୍ନ ସଂସ୍ଥାର ପ୍ରତିନିଧି ପ୍ରମୁଖ ଯୋଗ ଦେଇଥିଲେ।