କାର୍ୟ୍ୟରେ ପ୍ରଶାସନିକ ଅଧିକାରୀଙ୍କ ଅବହେଳା ନିଲମ୍ବିତ କରିଲେ ଜିଲ୍ଲାପାଳ

ଘୂଣ୍ଣିର୍ଝଡ ମୋନ୍ଥା କାର୍ୟ୍ୟରେ ପ୍ରଶାସନିକ ଅଧିକାରୀଙ୍କ ଅବହେଳା । ବାତ୍ୟାର ମୁକାବିଲା ପାଇଁ ବିଭାଗ ଗୁଡିକ ତତ୍ପର ଥିବା ବେଳେ ସରକାରୀ କର୍ମଚାରୀ ମାନେ ମଧ୍ୟ ତତ୍ପର ରହିଛନ୍ତି । କିନ୍ତୁ ସରକାର ପକ୍ଷରୁ ଲାକଙ୍କ ପାଇଁ ନୟମିତ ସେବା ଜାରୀ ରହିଥିବା ବେଳେ କାର୍ଯ୍ୟରେ ଅବହେଳା କରି ଚାକିରୀରୁ ନିଲମ୍ବନ ହୋଇଛନ୍ତି ଦୁଇ ପ୍ରଶାସନିକ ଅଧିକାରୀ । ଗଞ୍ଜାମ ଜିଲ୍ଲା ଆସିକା ବ୍ଳକର ଇଈଊଙ ସୁଶାନ୍ତ ବେହେରାଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି । ନୋଟିସ ଜାରି କରିଲେ ଗଞ୍ଜାମ ଜିଲ୍ଲାପାଳ । ସେହିପରି ଶେରଗଡ ବ୍ଲକର କିରାଣି ସଦାନନ୍ଦ ବେହେରା ନିଲମ୍ବିତ । କାର୍ୟ୍ୟରେ ଅବହେଳା ନେଇ ତାଙ୍କୁ ନିଲମ୍ବିତ କରିଲେ ଗଞ୍ଜାମ ଜିଲ୍ଲାପାଳ ।