‘ଢେଲ ପୂଜା’ ମାଟି ମା’ର ଅନନ୍ୟ ପୂଜା

ବୌଦ୍ଧ-: ବୌଦ୍ଧ ହରଭଙ୍ଗା ବ୍ଲକ ରାମ୍ଭିକଟା ଗ୍ରାମରେ ରବିବାର ଦିନ ୪୮ତମ ମହାମନ୍ତ୍ର ଅଷ୍ଟ ପ୍ରହର ନାମ ଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ଶନିବାର ଦିନ ଗ୍ରାମରେ ଅଧିବାସୀ ସହିତ ଶୁଭ କଳସ ରେ ଗଙ୍ଗା ମାତା ଙ୍କୁ ଆମନ୍ତ୍ରିତ କରି କଳସ ଶୋଭାଯାତ୍ରା ହୋଇ ଯଜ୍ଞ କୁଣ୍ଡ ରେ ଅବସ୍ଥାପିତ କରାଯାଇଥିଲା । ଆଜି ପ୍ରାତଃ ରୁ ଅଷ୍ଟ ପ୍ରହାର ନାମ ଯଜ୍ଞ ଅନୁଷ୍ଠିତ ହୋଇଛି । ଯଜ୍ଞ ରେ କର୍ତ୍ତା ଭାବେ ଅଖିଳ କହଁର ଓ ଧର୍ମପତ୍ନୀ ତ୍ରିପୁରା କହଁର କାର୍ଯ୍ୟଭାର ତୁଲାଇଥିବା ବେଳେ ପୂଜକ ଭାବେ ରାମଚନ୍ଦ୍ର ପଣ୍ଡା ଓ ସ୍ୱାଧୀନ ମହାପାତ୍ର କାର୍ଯ୍ୟ ସମ୍ପାଦନ କରିଥିଲେ । ନାମ ଯଜ୍ଞ ସହିତ ଅନ୍ନ ଯଜ୍ଞ ଓ ଘୃତ ଯଜ୍ଞ ଅନୁଷ୍ଠିତ ହୋଇଥିଲା । ନାମ ଯଜ୍ଞ ଶାନ୍ତି ଶୃଙ୍ଖଳା ସହିତ ସମାପନ ହୋଇଥିବା ବେଳେ ଗ୍ରାମ୍ୟ ସଭାପତି ଦୁର୍ଯ୍ୟୋଧନ ମଲ୍ଲିକ, ସମ୍ପାଦକ ପ୍ରଦୀପ ବେହେରା, ଗ୍ରାମ୍ୟ କମିଟି ସଭ୍ୟ ଅଗାଧୁ ଛତ୍ର, ବନମାଲୀ, ଅଜୁନ ଵେହେରା, ସରଵେ, ନାୟକ ଅକ୍ଷୟ କହଁର, ଟୁଲୁ ଭମର କହଁର ଗଜି, ଇନ୍ଦ୍ର କୁମାର ସେଠୀ, ଅନି ବାଘ, ଅକ୍ଷୟ ମହାକୁଡ଼ ଙ୍କ ସମେତ ଗ୍ରାମବାସୀ ସହଯୋଗ କରିଥିଲେ । ଗ୍ରାମର ଏକ ଅନନ୍ୟ ମାଟି ମା’ ପୂଜା ଯାହାକି ପ୍ରତି ତିନି ବର୍ଷରେ ଥରେ ହୋଇଥାଏ ସ୍ୱତନ୍ତ୍ର ପରିଚୟ ଢେଲ ପୂଜା ଆସନ୍ତା ସପ୍ତାହରେ ହେବା ନେଇ ଗ୍ରାମ୍ୟ ସଭାପତି ସୂଚନା ଦେଇଛନ୍ତି ।