ସଡକ ସୁରକ୍ଷା ବୈଠକରେ ନୀତିନ ଗଡକରୀଙ୍କ ସହ ଧର୍ମେନ୍ଦ୍ର ପ୍ରଧାନ…

କେନ୍ଦ୍ର ସଡକ ପରିବହନ ମନ୍ତ୍ରୀ ନୀତିନ ଗଡକରୀଙ୍କ ସହ ମିଶି ସଡ଼କ ସୁରକ୍ଷା ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଏକ ବୈଠକର ଅଧ୍ୟକ୍ଷତା କରିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସଡ଼କ ଦୁର୍ଘଟଣା ଏବଂ ଅସୁରକ୍ଷିତ ଗାଡି ଚାଳନା ବିଶ୍ୱ ସ୍ତରରେ ଲକ୍ଷ ଲକ୍ଷ ଜୀବନକୁ ବିପଦରେ ପକାଉଛି।

ବ୍ୟକ୍ତିଗତ କଲ୍ୟାଣ, ଜନସ୍ୱାସ୍ଥ୍ୟ ଏବଂ ଆର୍ଥିକ ଉତ୍ପାଦକତାରେ ସୁରକ୍ଷିତ ଗତିଶୀଳତାର ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ସ୍ୱୀକାର କରି, ଭାରତ ସରକାରଙ୍କ ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ ସୁରକ୍ଷିତ ସଡ଼କ ଏବଂ ସୁରକ୍ଷିତ ସମ୍ପ୍ରଦାୟ ପାଇଁ ମିଳିତ ପଦକ୍ଷେପ ପାଇଁ ଆହ୍ୱାନ କରିଛି।

ଶିକ୍ଷା ମନ୍ତ୍ରଣାଳୟ ସାରା ଭାରତର ସ୍କୁଲଗୁଡ଼ିକରେ ‘ସଡକ ସୁରକ୍ଷା ଅଭିଯାନ’ ବିସ୍ତାର କରିବା, ସ୍କୁଲ ଶିକ୍ଷା ବ୍ୟବସ୍ଥା ମାଧ୍ୟମରେ ସଡ଼କ ସୁରକ୍ଷା ପଦକ୍ଷେପ ସମ୍ପର୍କରେ ସଚେତନତା ବୃଦ୍ଧି କରିବା, ସୁରକ୍ଷା ସଂସ୍କୃତିକୁ ପ୍ରୋତ୍ସାହିତ କରିବା ସହିତ ଦାୟିତ୍ବପୂର୍ଣ୍ଣ ଡ୍ରାଇଭିଂ ଆଚରଣରେ ସାର୍ବଜନୀନ କାର୍ୟ୍ୟ ଏବଂ ନାଗରିକଙ୍କ ସମ୍ପୃକ୍ତି ଆରମ୍ଭ କରିବା ପାଇଁ ମିଳିତ ଭାବରେ କାର୍ୟ୍ୟ କରିବ।