ଧାମନଗର ଉପର୍ନିବାଚନ: ଆସିଲା ଏକଦଶ ରାଉଣ୍ଡ ଫଳାଫଳ

ଧାମନଗର: ତ୍ରୀସ୍ତରୀୟ ସୁରକ୍ଷାରେ ଚାଲିଛି ଭୋଟଗଣତି । ଧାମନଗର ମାଟି ରେ ଫୁଟି ଚାଲିଛି ପଦ୍ମ । ବିର୍ତ୍ତମାନ ଭୋଟଗଣତି ଏକାଦଶ ପର୍ଯ୍ୟାୟରେ ପହଞ୍ଚିଛି । ଏକାଦଶ ପର୍ଯ୍ୟାୟରେ ସମୁଦାୟରେ ବିଜେଡି ୪୪ହଜାର ୪ଶହ ୮୪ ଖଣ୍ଡ ଭୋଟ ପାଇଥିବା ବେଳେ, ବିଜେପି ୪୯ ହଜାର ୭୯୪ଖଣ୍ଡ ଭୋଟ , କଂଗ୍ରେସ ୨୦୪୬ ଖଣ୍ଡ ଏବଂ ସ୍ୱାଧୀନ ପ୍ରାଥୀ ରାଜୁ ୬ ହଜାର ୩୧୯ ଖଣ୍ଡ ଭୋଟ ପାଇଥିବା ବେଳେ ପବିତ୍ର ମୋହନ ଦାସ ସ୍ୱାଧୀନପ୍ରାଥୀ ୩ ଶହ ୩ ଖଣ୍ଡ ଭୋଟ ପାଇଛନ୍ତି ।

ଏଥି ସହ ଏକାଦଶ ରାଉଣ୍ଡ ସୁଦ୍ଧା ବିଜେପି ୫ ହଜାର ୩୧୦ ଖଣ୍ଡ ଭୋଟରେ ଆଗୁଆ ରହିଛି । । ଧାମନଗର ରେ ଧାଉଁଛି ବିଜେପି,ପଛରେ ବିଜେଡି ଆଗରେ ବିଜେପି । ପ୍ରତି ରାଉଣ୍ଡ ପରେ ଘୋଷଣା ହେବ ଫଳାଫଳ ।

ତେବେ ଏକାଦଶ ରାଉଣ୍ଡରେ ବିଜେଡି ପ୍ରାର୍ଥୀ ଅବନ୍ତୀ ୪ ହଜାର ୮ ଖଣ୍ଡ ଭୋଟ, ବିଜେପିର ପ୍ରାଥୀ ସୂର୍ଯ୍ୟବଂଶୀ ସୂରଜ ୪ ହଜାର ୪ଶହ ୭୩ ଖଣ୍ଡ ଭୋଟ ପାଇଥିବା ବେଳେ କଂଗ୍ରେସ ପ୍ରାଥୀ ୧ ଶହ ୫୧ଜଣ ଏବଂ ସ୍ୱାଧୀନ ପ୍ରାର୍ଥୀ ୩ ଶହ ୭୨ ଖଣ୍ଡ ଭୋଟ ପାଇଥିବା ସୂଚନା ରହିଛି ।