ଧାମନଗର ଉପର୍ନିବାଚନ: ଆସିଲା ଦ୍ୱାଦଶ ରାଉଣ୍ଡ ଫଳାଫଳ

ଧାମନଗର: ତ୍ରୀସ୍ତରୀୟ ସୁରକ୍ଷାରେ ଚାଲିଛି ଭୋଟଗଣତି । ଧାମନଗର ମାଟି ରେ ଫୁଟି ଚାଲିଛି ପଦ୍ମ । ବିର୍ତ୍ତମାନ ଭୋଟଗଣତି ଦ୍ୱାଦଶ ପର୍ଯ୍ୟାୟରେ ପହଞ୍ଚିଛି । ଏକାଦଶ ପର୍ଯ୍ୟାୟରେ ସମୁଦାୟରେ ବିଜେଡି ୪୮ହଜାର ୩ଶହ ୫୮ ଖଣ୍ଡ ଭୋଟ ପାଇଥିବା ବେଳେ, ବିଜେପି ୫୪ ହଜାର ୫୭୨ଖଣ୍ଡ ଭୋଟ , କଂଗ୍ରେସ ୨୨୦୦ ଖଣ୍ଡ ଏବଂ ସ୍ୱାଧୀନ ପ୍ରାଥୀ ରାଜୁ ୬ ହଜାର ୫୦୫ ଖଣ୍ଡ ଭୋଟ ପାଇଥିବା ବେଳେ ପବିତ୍ର ମୋହନ ଦାସ ସ୍ୱାଧୀନପ୍ରାଥୀ ୩ ଶହ ୩୦ ଖଣ୍ଡ ଭୋଟ ପାଇଛନ୍ତି । ଏଥି ସହ ସର୍ବ ମୋଟରେ ଦ୍ୱାଦଶ ରାଉଣ୍ଡ ସୁଦ୍ଧା ବିଜେପି ୬ ହଜାର ୨୧୪ଖଣ୍ଡ ଭୋଟରେ ଆଗୁଆ ରହିଛି । । ଧାମନଗର ରେ ଧାଉଁଛି ବିଜେପି,ପଛରେ ବିଜେଡି ଆଗରେ ବିଜେପି ।

ତେବେ ଦ୍ୱାଦଶ ରାଉଣ୍ଡରେ ବିଜେଡି ପ୍ରାର୍ଥୀ ଅବନ୍ତୀ ୩ହଜାର ୮ ୭୪ଖଣ୍ଡ ଭୋଟ, ବିଜେପିର ପ୍ରାଥୀ ସୂର୍ଯ୍ୟବଂଶୀ ସୂରଜ ୪ ହଜାର ୭ଶହ ୭୮ ଖଣ୍ଡ ଭୋଟ ପାଇଥିବା ବେଳେ କଂଗ୍ରେସ ପ୍ରାଥୀ ହରେକୃଷ୍ଣ ୧ ଶହ ୫୪ ଖଣ୍ଡ ଏବଂ ସ୍ୱାଧୀନ ପ୍ରାର୍ଥୀ ରାଜୁ ୧ ଶହ ୮୬ ଖଣ୍ଡ ଭୋଟ ପାଇଥିବା ସୂଚନା ରହିଛି । ବର୍ତ୍ତମାନ ୧୨ ରାଡଣ୍ଡରେ ୯ ଶହ ୪ ଖଣ୍ଡ ଭୋଟରେ ବିଜେପି ଆଗୁଆ ରହିଛି। ପ୍ରତି ରାଉଣ୍ଡ ପରେ ଘୋଷଣା ହେବ ଫଳାଫଳ ।