ଧାମନଗର ଉପର୍ନିବାଚନ; ପତିକ୍ରିୟା ରଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଜନମତକୁ ସମ୍ମାନ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:-ଧାମନଗର ଉପନିର୍ବାଚନକୁ ନେଇ ପତିକ୍ରିୟା ରଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଜନମତକୁ ସମ୍ମାନ ସହ ଗ୍ରହଣ କରୁଛୁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ `।ବିଜେଡି ଧାମନଗର ଉପର୍ନିବାଚନରେ ପରାଜୟ ହୋଇଛି । ତେବେ କିଛି ଦିନ ତଳେ ଧାମନଗର ବିଧାୟକ ଦିବଙ୍ଗତ ବିଧାୟକ ବିଷ୍ଣ ଚରଣ ସେଠୀଙ୍କ ଦେହାନ୍ତ ହୋଇଥିଲା । ଧାମନଗର ବହୁ ଲୋକପ୍ରିୟ ଥିଲେ ବିଷ୍ଣୁ  । ତେବେ ବିଜେପି ତାଙ୍କ ପୁଅ ସୂରଜଙ୍କୁ ଟିକେଟ ଦେଇଥିଲା । ଏହା ସହ ଧାମନଗରରେ ବିଜେପି ଜିତିବାର ଯଥେଷ୍ଟ ସମ୍ଭବନା ଥିଲା ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ସୂଚନାମୁତାବକ ;ବିଜେଡି, ସ୍ୱାଧୀନ, କଂଗ୍ରେସକୁ ପଛରେ ପକାଇ ବିଜେପି ଧାମନଗର ଗଡକୁ ହାତାଇଛି । ଧାମନଗରରେ ଶଙ୍ଖ ବଦଳରେ ଫୁଟିଛି ପଦ୍ମ । ବିଜେପି ୯ ହଜାର ୮ ଶହ ୮୧ ଖଣ୍ଡ ଭୋଟରେ ବିଜୟ ଲାଭ କରିଥିବା ଜଣାପଡିଛି। ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସଙ୍କ ସହିତ ସୂର୍ଯ୍ୟବଂଶୀ ସୂରଜଙ୍କ କଡା ଟକ୍କର ହୋଇଥିଲା । ଯେଉଁଥିରେ ବାଜିମାତ କରିଛନ୍ତି ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜ । ତେବେ ଫାଇନାଲ ରାଉଣ୍ଡରେ ବିଜେଡି ୭୦୪୭୦ ଭୋଟ ପାଇଥିବା ବେଳେ ବିଜେପି ୮୦୩୫୧, ସ୍ୱାଧୀନ ପ୍ରାର୍ଥୀ ରାଜେନ୍ଦ୍ର ଦାସ ପାଇଛନ୍ତି ୮୧୫୩, କଂଗ୍ରେସ ୩୫୬୧, ସ୍ୱାଧୀନ ପ୍ରାର୍ଥୀ ପବିତ୍ର ମୋହନ ଦାସ ୪୯୭ ଭୋଟ ପାଇଥିବା ବେଳେ ନୋଟା ପାଇଛି ୬୫୦ ଭୋଟ । ପୋଷ୍ଟାଲ ବିଜେଡି ୧୮୧,ବିଜେପି ୨୪୧, କଂଗ୍ରେସ ୫୩, ସ୍ୱାଧୀନ ପ୍ରାର୍ଥୀ ରାଜେନ୍ଦ୍ର ଦାସ ୨୮ ଭୋଟ୍ ପାଇଛି । ତେବେ ଶେଷ ରାଉଣ୍ଡରେ ୯୮୮୧ଭୋଟ ରେ ଜିତିଲା ବିଜେପି ।