ମଧ୍ୟପ୍ରାଚ୍ୟ ଯୁଦ୍ଧ ଟେନସନ୍‌ରେ DGCAର ଆଡଭାଇଜରୀ, ୯ଟି ଦେଶର ଏୟାରସ୍ପେସ୍ ଏଡାଇବାକୁ ନିର୍ଦ୍ଦେଶ

ମଧ୍ୟପ୍ରାଚ୍ୟରେ ବଢୁଥିବା ଯୁଦ୍ଧ ଟେନସନ୍‌କୁ ଦୃଷ୍ଟିରେ ରଖି Directorate General of Civil Aviation (DGCA) ପକ୍ଷରୁ ଗୁରୁତ୍ୱପୂର୍ଣ୍ଣ ଆଡଭାଇଜରୀ ଜାରି କରାଯାଇଛି।DGCA ବିଭିନ୍ନ ଏୟାରଲାଇନ୍ସକୁ ଉପମହାସାଗରୀୟ ଅଞ୍ଚଳର ସଂକଟପୂର୍ଣ୍ଣ ଏୟାରସ୍ପେସ୍ ବ୍ୟବହାର ନକରିବାକୁ ପରାମର୍ଶ ଦେଇଛି। ବିଶେଷ କରି ୯ଟି ଦେଶର ଏୟାରସ୍ପେସ୍ ଦେଇ ଯାତ୍ରା ନ କରିବାକୁ ସତର୍କ କରାଯାଇଛି।

ସେହି ଦେଶଗୁଡ଼ିକ ହେଲେ, Bahrain, Iran, Iraq, Israel, Jordan, Kuwait, Lebanon, Qatar ଏବଂ United Arab Emirates। DGCA ଆଗାମୀ ୨୮ ତାରିଖ ପର୍ଯ୍ୟନ୍ତ ଏହି ଅଞ୍ଚଳରେ ଉଡାଣ ନକରିବାକୁ ସୁପାରିଶ କରିଛି, ଯାହା ଯାତ୍ରୀ ସୁରକ୍ଷାକୁ ନଜରରେ ରଖି ନିଆଯାଇଥିବା ପଦକ୍ଷେପ ବୋଲି କୁହାଯାଇଛି।

ତଥାପି Saudi Arabia ଓ Oman ପାଇଁ ସର୍ତ୍ତମୂଳକ ଅନୁମତି ଦିଆଯାଇଛି। ଏହି ଦୁଇ ଦେଶ ଉପରେ ଉଡାଣ ସମୟରେ ୩୨ ହଜାର ଫୁଟ୍‌ ତଳେ ନ ଉଡିବାକୁ DGCA ପରାମର୍ଶ ଦେଇଛି। ଏହି ଆଡଭାଇଜରୀ ଦ୍ୱାରା ଆନ୍ତର୍ଜାତୀୟ ଉଡାଣ ସେବାରେ ପରିବର୍ତ୍ତନ ଆସିପାରେ ଏବଂ କିଛି ରୁଟ୍‌ରେ ବିଳମ୍ବ ସମ୍ଭାବନା ରହିଛି।