ବିମାନ ଚଳାଚଳ ପାଇଁ ଗୋ ଫାଷ୍ଟକୁ ଅନୁମତି ଦେଲେ ଡିଜିସିଏ

ନୂଆଦିଲ୍ଲୀ: ବେସାମରିକ ବିମାନ ଚଳାଚଳ ନିୟାମକ ଡିଜିସିଏ ଘରୋଇ ବିମାନ ସେବା କମ୍ପାନି ଗୋ ଫାଷ୍ଟକୁ ବିମାନ ଚଳାଚଳ ପାଇଁ ଅନୁମତି ଦେଇଛନ୍ତି । ୨୨ଟି ବିମାନ ସହ ସେବା ଆରମ୍ଭ କରିବାକୁ କମ୍ପାନି ପ୍ରସ୍ତାବ ଦେଇଛି । ଡିଜିସିଏ ପକ୍ଷରୁ କୁହାଯାଇଛି ଯେ ଗୋ ଫାଷ୍ଟ ବିମାନ ସେବା ଆରମ୍ଭ କରିପାରିବ କିନ୍ତୁ ଏୟାର ଲାଇସେନ୍ସ ବଜାୟ ରଖିବାକୁ ଯେଉଁ ସର୍ତ୍ତାବଳୀ ଓ ମାନଦଣ୍ଡ ରହିଛି ତାହାକୁ ପାଳନ କରିବାକୁ ପଡ଼ିବ । ସେହିପରି ବିମାନ ସେବାରେ ବ୍ୟବହାର ହେଉଥିବା ବିମାନଗୁଡ଼ିକର ଉଡ଼ାଣ ଯୋଗ୍ୟତା ରଖିବାକୁ ହେବ । ଏହା ସହିତ ରିଜମ୍ପସନ ପ୍ଲାନରେ କୌଣିସ ପରିବର୍ତ୍ତନ କଲେ ସେ ସଂପର୍କରେ ଆଗୁଆ ଡିଜିସିଏକୁ ସୂଚୀତ କରିବାକୁ ହେବ । ଚଳିତ ମାସ ଆରମ୍ଭରେ ଡିଜିସିଏ ପକ୍ଷରୁ କୁହାଯାଇଥିଲା ଯେ ଗୋ ଫାଷ୍ଟର ଦିଲ୍ଲୀ ଓ ମୁମ୍ବାଇ ଫାସିଲିଟି ଗୁଡ଼ିକର ଅଡିଟ୍ କରାଯିବ । ଗୋ ଫାଷ୍ଟ ପକ୍ଷରୁ କୁହାଯାଇଥିଲା ଯେ ଆସନ୍ତା ୨୩ ତାରିଖ ପର୍ଯ୍ୟନ୍ତ ସବୁ ବିମାନ ଚଳାଚଳ ବନ୍ଦ ରହିବ । ଗୋ ଫାଷ୍ଟ ପକ୍ଷରୁ କୁହାଯାଇଥିଲା ଯେ ଆସନ୍ତା ୨୩ ତାରିଖ ପର୍ଯ୍ୟନ୍ତ ସବୁ ବିମାନ ଚଳାଚଳ ବନ୍ଦ ରହିବ । ଏହି କମ୍ପାନିରେ ମୋଟ ୪୨୦୦ କର୍ମଚାରୀ ରହିଛନ୍ତି ।