ଆଜି ଭୋର ସମୟରୁ ପୁର୍ବାହ୍ନ ପ୍ରାୟ ୧୦ଟା ପର୍ଯ୍ୟନ୍ତ ପୁରୀ ସହରକୁ ଘନକୁହୁଡି ଢ଼ାଙ୍କି ରଖିଥିଲା। ଫଳରେ ଶ୍ରୀମନ୍ଦିର ନିଳଚକ୍ର ଦର୍ଶନରୁ ବଞ୍ଚିତ ହୋଇଥିଲେ ଭକ୍ତ ଓ ଦର୍ଶନାର୍ଥି। ଶ୍ରୀମନ୍ଦିର ଘନ କୁହୁଡି ଯୋଗୁଁ ସମ୍ପୁର୍ଣ୍ଣ ଲୁଚି ଯାଇଥିଲେ। ଶ୍ରୀମନ୍ଦିର ନିଷିଦ୍ଧାଞ୍ଚଳରୁ ବି ଶ୍ରୀମନ୍ଦିର ଦିଶୁ ନଥିଲା। ସିଂହଦ୍ଵାର ନିକଟରେ ବି ସେଇଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା। ବଡ଼ଦାଣ୍ଡରେ ଗାଡିଘୋଡା ଲାଇଟ୍ ଜଳାଇ ଚଳପ୍ରଚଳ କରୁଥିବା ଦେଖିବାକୁ ମିଳିଥିଲା।
ତେବେ ଶ୍ରୀମନ୍ଦିର ଠାରୁ ପ୍ରାୟ ଆଠ କିଲୋମିଟର ମଧ୍ୟରେ ରହୁଥିବା ଗ୍ରାମବାସୀ ମାନେ ପ୍ରତିଦିନ ନିଳଚକ୍ର ଦର୍ଶନ କରି ଦିନଚର୍ଯ୍ଯା କରିଥାନ୍ତି ଓ ଶୁଭ କାର୍ଯ୍ୟରେ ଯାଇଥାନ୍ତି। ହେଲେ ଆଜି ଘନ କୁହୁଡି ଯୋଗୁଁ ନିରାଶ ହୋଇଛନ୍ତି ଭକ୍ତ ଓ ଦର୍ଶନାର୍ଥି। ଏମିତି କୁହୁଡିର ଆସ୍ତରଣ ଥିଲା ଯେ ୧୦ରୁ ୧୫ଫୁଟ୍ ଦୁରରେ ଥିବା ଗାଡିଘୋଡା ଦିଶୁନଥିଲା। ପତିତପାବନ ଦର୍ଶନରେ ସମସ୍ୟା ସୃଷ୍ଟି ହୋଇଥିଲା।,,