କାର୍ତ୍ତିକ ମାସର ଶେଷ ସୋମବାରରେ ବିଭିନ୍ନ ଶୈବ ପୀଠରେ ଭକ୍ତଙ୍କ ସମାଗମ

କାର୍ତ୍ତିକ ମାସର ଶେଷ ସୋମବାରରେ ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହର ଓ  ଆଖପାଖ ଅଞ୍ଚଳରେ ଥିବା ବିଭିନ୍ନ ଶୈବପୀଠରେ ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଛି।ସକାଳୁ ଭକ୍ତମାନେ ନଡିଆ କଦଳୀ, ବେଲପତ୍ର, କ୍ଷୀର ଦହି, ମହୁ ଫୁଲ ଓ ପଇଡ଼ ପ୍ରଭୃତି ପୂଜା ସାମଗ୍ରୀ ଧରି ଦେବ ଦେବ ମହାଦେବଙ୍କ ପୂଜାର୍ଚ୍ଚନା କରିଛନ୍ତି।କାର୍ତ୍ତିକ ମାସର ବିଶେଶ୍ୱତ ହେଉଛି ହରି ହରଙ୍କ ମାସ ଏହି ମାସରେ ଭକ୍ତ ମାନେ ପ୍ରଭୁ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ଦର୍ଶନ କରି ମହାଦେବଙ୍କୁ ଦର୍ଶନ କରି ପୂଜା କଲେ ମନସ୍କାମନା ପୂରଣ ହୁଏ ବୋଲି ବିଶ୍ୱାସ ରହିଛି।ଏହି ଦିନ ଭକ୍ତମାନେ ଉପବାସ ରହି ଜଳ,କ୍ଷୀର, ମହୁ, ଦହି ପ୍ରଭୃତିରେ ମହାଦେବଙ୍କ ଅଭିଷେକ କଲେ କୋଟି ପୁଣ୍ୟ ମିଳେ ଓ ନିଜର ପରିବାରରେ ସୁଖ ଶାନ୍ତି ସମୃଦ୍ଧି ରୋଗ ବ୍ୟାଧି ଦୂର ହୋଇ ଶାନ୍ତିରେ ଜୀବନ ଅତିବାହିତ ହୁଏ ବୋଲି ବିଶ୍ୱାସ ରହିଛି।