ମୁମ୍ବାଇ: ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ ମହାରାଷ୍ଟ୍ର ନବନିର୍ମାଣ ସେନା (MNS) ମୁଖ୍ୟ ରାଜ ଠାକରେଙ୍କୁ ଭେଟିଛନ୍ତି। ଦେବେନ୍ଦ୍ର ଫଡନାଭିସ୍ ରାଜ ଠାକରେଙ୍କ ଘରକୁ ଯାଇ ତାଙ୍କୁ ଭେଟିଥିଲେ। ଦୁଇ ନେତାଙ୍କ ମଧ୍ୟରେ ୧ ଘଣ୍ଟା ୩୦ ମିନିଟ ଧରି ଆଲୋଚନା ହୋଇଥିଲା । ଏହି ଆଲୋଚନାରେ ସିନ୍ଦେ କ୍ୟାବିନେଟରେ MNS କୁ ସ୍ଥାନ ଦେବା ଉପରେ ଆଲୋଚନା ହୋଇଥିବାର ସୂଚନା ମିଳିଛି । ସୂଚନାନୁସାରେ, ମହାରାଷ୍ଟ୍ର ନବନିର୍ମାଣ ସେନା କୁ ସିନ୍ଦେ କ୍ୟାବିନେଟରେ ସ୍ଥାନ ଦିଆଯାଇପାରେ । MNS ର ଯେକୌଣସି ବିଧାୟକ ମନ୍ତ୍ରୀ ହୋଇପାରିବେ ।ଯଦି ଏହା ଘଟେ ତେବେ ମହାରାଷ୍ଟ୍ର ରାଜନୀତିରେ ଏହା ଏକ ନୂଆ ସମୀକରଣ ହେବ । ମହାରାଷ୍ଟ୍ର ରାଜନିତୀରେ ପୁଣି ଏକ ନୂଆ ମୋଡ଼ ମୋଡ଼ ନେବାକୁ ଯାଉଛି । ରାଜନୈତିକ କରିଡ଼ରରେ ଏବେ ଆଲୋଚନା ହେଉଛି କି ମହାରାଷ୍ଟ୍ର ନବନିର୍ମାଣ ସଂଘର ମୁଖ୍ୟ ରାଜ ଠାକେରଙ୍କ ପୁଅ ଅମିତ ଠାକେରଙ୍କୁ ମନ୍ତ୍ରୀ କରାଯାଇପାରେ । ଯଦି ଅମିତ ଠାକରେ ମନ୍ତ୍ରୀ ପଦ ଗ୍ରହଣ କରନ୍ତି, ତା’ହେଲେ ତାଙ୍କୁ ବିଧାନସଭା କିମ୍ବା ବିଧାନ ପରିଷଦର ସଦସ୍ୟ ହେବାକୁ ପଡ଼ିବ। ଏ ବିଷୟରେ ସୂଚନା ଦେଇ ରାଜ ଠାକରେ କହିଛନ୍ତି ଯେ ଏହିପରି କିଛି ନାହିଁ। ଦେବେନ୍ଦ୍ର ଫଡନାଭିସ୍ ରାଜ ଠାକରେଙ୍କ ପ୍ରଶଂସା କରିଛନ୍ତି। ରାଜ ଠାକରେ ମଧ୍ୟ ରାଜ୍ୟ ଉପମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିବାରୁ ଦେବେନ୍ଦ୍ର ଫଡନାଭିସଙ୍କୁ ଅଭିନନ୍ଦନ ଜଣାଇଥିଲେ। ରାଜ ଠାକରେ ମଧ୍ୟ ମହାରାଷ୍ଟ୍ରର ଏକନାଥ ସିନ୍ଦେ ସରକାରଙ୍କୁ ସମର୍ଥନ କରିଛନ୍ତି।