ନୂଆଦିଲ୍ଲୀ: ଡ଼ଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ ପାଇଛି । ବୁଧବାର ଦିନ ଡ଼ଲାର ତୁଳନାରେ ଟଙ୍କାର ମୂଲ୍ୟ ଦୁର୍ବଳ ହୋଇ ବନ୍ଦ ହୋଇଯାଇଥିଲା । ଆଜି ଟଙ୍କା ୩ ପଇସା ହ୍ରାସ ପାଇ ଡ଼ଲାର ତୁଳନାରେ ୮୩ଟଙ୍କା ୩୦ ପଇସା ହ୍ରାସ ହୋଇ ବନ୍ଦ ହୋଇଯାଇଛି । ବୈଦେଶିକ ମୁଦ୍ରା ବ୍ୟବସାୟୀଙ୍କ ଅନୁଯାୟୀ ଷ୍ଟକ୍ ମାର୍କେଟର ଦୁର୍ବଳ ପ୍ରଦର୍ଶନ ଟଙ୍କାଙ୍କୁ ପ୍ରଭାବିତ କରିଛି ଏବଂ ଅଧିକ ତୈଳ ମୂଲ୍ୟ ଟଙ୍କାକୁ ବୃଦ୍ଧି କରିଛି । ଇଣୟଣ୍ଟରବ୍ୟାଙ୍କ ବୈଦେଶିକ ବିନିମୟରେ ଏହି ଟଙ୍କା ୮୩.୨୫ରେ ଖୋଲି ଡ଼ଲାର ତୁଳନାରେ ୮୩.୨୩-୮୩.୩୦ ମଧ୍ୟରେ କାରବାର କରିଥିଲା । ବୈଦେଶିକ ମୁଦ୍ରା ବ୍ୟବସାୟୀଙ୍କ ଅନୁଯାୟୀ ଷ୍ଟ୍ରକ ମାର୍କେଟର କୋମଳ ଧାରା ଟଙ୍କାକୁ ପ୍ରଭାବିତ କରିଛି, ଏହା ବ୍ୟତୀତ ତୈଳମୂଲ୍ୟରେ ଉନ୍ନତି ଏହି ଟଙ୍କାକୁ ସମର୍ଥନ କରିଛି । ଇଣ୍ଟରବ୍ୟାଙ୍କ ବୈଦେଶିକ ବିନିମୟରେ ଟଙ୍କା ୮୩.୨୫ରେ ଖୋଲି ଡ଼ଲାର ତୁଳନାରେ ୮୩.୩୦ ମଧ୍ୟରେ କାରବାର କରିଥିଲା । ଡ଼ଲାର ତୁଳନାରେ ଶେଷରେ ଟଙ୍କା ୮୩.୩୦ରେ ବନ୍ଦ ହୋଇଯାଇଥିଲା, ଯାହା ପୂର୍ବରୁ ୩ ପଇସା ହ୍ରାସ ପାଇଥିଲା । ମଙ୍ଗଳବାର ଦିନ ଆମେରିକୀୟ ଡ଼ଲାର ତୁଳନାରେ ଟଙ୍କା ହ୍ରାସ ହୋଇ ୮୩.୨୭ରେ ବନ୍ଦ ହୋଇଯାଇଥିଲା ।