ସପିଂ ମଲରେ ଫୁଟିଲା ଗୁଳି, ଚାଲିଗଲା ୩ ଜୀବନ

ଡେନମାର୍କର ରାଜଧାନୀ କୋପେନହ୍ୟାଗେନର ଏକ ସପିଂ ମଲରେ ଫୁଟିଛି ଗୁଳି ।

(ଡେନମାର୍କ) : ସପିଂ ମଲରେ ଫୁଟିଲା ଗୁଳି । ଡେନମାର୍କର ରାଜଧାନୀ କୋପେନହ୍ୟାଗେନର ଏକ ସପିଂ ମଲରେ ଫୁଟିଛି ଗୁଳି । ଏହି ଘଟଣାରେ ୩ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ତିନି ଜଣ ଆହତ ହୋଇଛନ୍ତି । ତେବେ ପୋଲିସ ଘଟଣାସ୍ଥଳରୁ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି । ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ୩ରୁ ୪ରାଉଣ୍ଡ ଗୁଳି ଫୁଟିଛି।

ସପିଂ ମଲରେ ଯେତେବେଳେ ଗୁଳି ଫୁଟିଥିଲା ସେତେବେଳେ ଲୋକମାନ ଦୌଡ଼ିବାକୁ ଲାଗିଥିଲେ । ଖବରପାଇ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି । ଏହାସହ ଲୋକମାନଙ୍କୁ ଅନୁରୋଧ କରାଯାଇଛି କି ମଲ୍‌ର ନିକଟରେ ନ ବୁଲିବା ଲାଗି । ଆହତମାନଙ୍କୁ କୋପେନହ୍ୟାଗେନର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ୩ଜଣଙ୍କ ଚିକିତ୍ସା ଚାଲିଛି । ଏହି ଘଟଣାକୁ ନେଇ କ୍ୟାପେନହୋଗନର ମେୟର ସୋଫିଏ ହାଏଷ୍ଟ୍ରୋପ ଆଣ୍ଡ୍ରେସନ କହିଛନ୍ତି କି ଏଭଳି ଘଟଣା ବହୁତ ଗମ୍ଭୀର ଅଟେ ।