ବିଷମକଟକକୁ ରାଜସ୍ବ ଉପଖଣ୍ଡ ମାନ୍ୟତା ଦାବି

0

ବିଷମକଟକ/ ରବିନ୍ଦ୍ର କୁମାର ସାହୁ : ବିଷମକଟକକୁ ରାଜସ୍ବ ଉପଖଣ୍ଡ ମାନ୍ୟତା ଦାବି ରେ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ସ୍ମାରକ ପତ୍ର ପ୍ରଦାନ। ରାୟଗଡ଼ା ଜିଲ୍ଲା ବିଷମକଟକ ଠାରେ ବିଷମ କଟକ କୁ ରାଜସ୍ବ ଉପଖଣ୍ଡ ସହ ଏନ୍.ଏ.ସି, ମୁନିଗୁଡ଼ା କୁ ଏନ୍. ଏ.ସି ଓ ଆମ୍ବ।ଦଳ। କୁ ବ୍ଲକ ଘୋଷଣା ଦାବିରେ ଆଜି ବିଷମକଟକ ବିକାଶ ପରିଶୋଧ, ବିଷମ କଟକ ଉପଖଣ୍ଡ କ୍ରିୟା ଅନୁଷ୍ଟ।ନ କମିଟି ତରଫରୁ ଏକ ବିରାଟ ରାଲି ମା ମର୍କମା ମନ୍ଦିର ଠାରୁ ବାହାରି ବିଷମ କଟକ ମୁଖ୍ୟ ସଡ଼କ ଦେଇ ପୃଥକ ପୃଥକ ଭାବେ ବିଷମ କଟକ ତହସିଲଦାର ଓ ବିଡ଼ିଓ ଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ସ୍ମାରକ ପତ୍ର ପ୍ରଦାନ କରାଯାଇଥିଲା । ଏଥିରେ ସର୍ବାଦଳୀୟ ସ୍ତରରେ ସମସ୍ତ ଦଳର କାର୍ୟ୍ୟକର୍ତ୍ତା,ବୁଦ୍ଧିଜୀବୀ,ବ୍ୟବସାୟୀ, ଙ୍କ ସହ ବିଷମ କଟକ ବ୍ଲକ ର ପ୍ରାୟ ସମସ୍ତ ପଞ୍ଚାୟତର ୫୦୦୦ ରୁ ଉର୍ଦ୍ଧ ଲୋକଙ୍କ ସମାଗମ ଦେଖିବ।କୁ ମିଳିଥିଲା ।