ଦିଲ୍ଲୀବାସୀଙ୍କୁ ମିଳିବ ଆଶ୍ୱସ୍ତି; ସହରରେ ଭିଡ ସମସ୍ୟା ହେବ ଦୂର

ଦିଲ୍ଲୀ:ଦିଲ୍ଲୀ ସହରରେ ଏଣିକି କମିବ ଜାମ୍ । ଦିଲ୍ଲୀବାସୀଙ୍କୁ ମିଳିବ ଆଶ୍ୱସ୍ତି । ଏହି ଭିଡକୁ କମାଇବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଗତି ମୈଦାନ ଟନେଲ ସାଙ୍ଗକୁ ୫ଟି ଅଣ୍ଡରପାସ୍ ଉଦଘାଟନ କରିଛନ୍ତି । ୯୨୦ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିବା ଏହି ଟନେଲ ୬ ଲେନ୍ ଯୁକ୍ତ ବୋଲି ଜଣାପଡିଛି । ଦିଲ୍ଲୀ ଏନସିଆର ବାସିନ୍ଦାଙ୍କୁ ବିଶେଷ ସୁବିଧା ହେବ । ଟନେଲ ନିର୍ମାଣ ରାଜଧାନୀ ଦିଲ୍ଲୀ ପାଇଁ ନିହାତି ଆବଶ୍ୟକ ଥିଲା ବୋଲି ମୋଦୀ କହିଛନ୍ତି ।ଏହି ବାଟଦେଇ ଗଲେ ପ୍ରଗତି ମୈଦାନର ବିଶାଳ ବେସମେଣ୍ଟ ପାର୍କିଙ୍ଗ ପାଖରେ ପହଞ୍ଚିବାକୁ ସୁବିଧା ହେବ । ତେବେ ରାଜଧାନୀ ଦିଲ୍ଲୀ ଏପରି ଏକ ଟନେଲ ସାଙ୍ଗକୁ ଅଣ୍ଡରପାସର ଆବଶ୍ୟକତା ଥିଲା । କାରଣ ମଥୁରା ରୋଡ୍ ଓ ଭୈରୋଁ ମାର୍ଗ ଅଧିକାଂଶ ସମୟରେ ଅସମ୍ଭବ ପ୍ରକାର ଗହଳି ହେଉଥିଲା । ଦିଲ୍ଲୀ ସରକାରଙ୍କ ପିଡବ୍ଲ୍ୟୁଡି ବିଭାଗରେ ଦାଖଲ କରାଯାଇଥିବା ରିପୋର୍ଟ ଅନୁଯାୟୀ, ରିଙ୍ଗ ରୋଡ, ମଥୁରା ରୋଡ ଏବଂ ଭୈରନ୍ ମାର୍ଗରେ ପ୍ରାୟତଃ ଜାମ୍ ପରିସ୍ଥିତି ସୃଷ୍ଟି ହୋଇଥାଏ । ଗାଜିଆବାଦ, ନୋଏଡା, ଏନସିଆର ଅଞ୍ଚଳ ପରି ଛକ ଏବଂ ନିକଟବର୍ତ୍ତୀ କେନ୍ଦ୍ରରେ ଦ୍ରୁତ ବିକାଶ ଯୋଗୁଁ ଏହି ତିନୋଟି ରାସ୍ତାରେ ଯାନବାହନ ଯାତାୟାତ ବୃଦ୍ଧି ହୋଇଛି । ନୋଏଡା ଏବଂ ଗ୍ରେଟର ନୋଏଡା, ଗାଜିଆବାଦ ଏବଂ ପୂର୍ବ ଦିଲ୍ଲୀରେ ଆବାସିକ ଟାଉନସିପ୍ ର ଦ୍ରୁତ ବିକାଶ ଦ୍ୱାରା ପ୍ରଗତି ମଇଦାନ ଅଞ୍ଚଳର ଆଖପାଖରେ ଇଣ୍ଡିଆ ଗେଟ୍ ଏବଂ ଆଇଟିପିଓର ଦ୍ରୁତ ବିକାଶ ଘଟିଛି ।