ଦିଲ୍ଲୀ: ବ୍ୟୁରୋ: ଆଉ ମିଳିବନି ମାଗଣା ବିଜୁଳି, ଏ ନେଇ ଦିଲ୍ଲୀବାସି ଚିନ୍ତାରେ । କେଜ୍ରିୱାଲ ସରକାର ରାଜଧାନୀ ଦିଲ୍ଲୀରେ ୨ଶହ ୟୁନିଟ ପର୍ଯ୍ୟନ୍ତ ମାଗଣା ବିଦ୍ୟୁତ୍ ଉପରେ ପ୍ରତିବନ୍ଧକ ଲଗାଇପାରନ୍ତି କେଜ୍ରିୱାଲ କ୍ୟାବିନେଟ୍ । ୨୦୧୯ରେ ବିଦ୍ୟୁତ୍ ସବିସିଡି ଘୋଷଣା କରିଥିଲେ କେଜ୍ରିୱାଲ । ଯେଉଁ ଗ୍ରାହକମାନେ ରାଜଧାନୀରେ ୨ଶହ ୟୁନିଟ ବିଦ୍ୟୁତ୍ ଖର୍ଚ୍ଚ କରୁଛନ୍ତି ସେମାନଙ୍କୁ ବିଲ ପୈଠ କରିବାକୁ ପଡିବନାହିଁ । ଏବଂ ଯେଉଁମାନେ ମାସକୁ ୨୦୧ରୁ ୪୦୦ ପର୍ଯ୍ୟନ୍ତ ବିଦ୍ୟୁତ୍ ଖର୍ଚ୍ଚ କରୁଛନ୍ତି ସେମାନଙ୍କୁ ୫୦ ପ୍ରତିଶତ ସବିସିଡି ମିଳିବ ।
କିନ୍ତୁ ବତ୍ତମାନ କେଜ୍ରିୱାଲ କ୍ୟାବିନେଟ୍ ନିଷ୍ପତ୍ତି ନେଇଛି ଯେ, ଅକ୍ଟୋବର ୧ରୁ ଏହା ବିଦ୍ୟୁତ୍ ସବସିଡି ବଦଳରେ ଲୋକଙ୍କୁ ଏକ ନୂଆ ବିକଳ୍ପ ଯୋଗାଇ ଦେବ । ତେବେ ଏହା ପୂର୍ବରୁ ଦିଲ୍ଲୀ ସରକାର ଲୋକଙ୍କୁ ପଚାରିବେ ଯେ ସେମାନେ ବିଦ୍ୟୁତ୍ ଉପରେ ସବସିଡି ଚାହୁଁଛନ୍ତି କି ନାହିଁ । ଏନେଇ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କହିଛନ୍ତି ଯେ, ଅକ୍ଟୋବର ପହିଲାରୁ ଦିଲ୍ଲୀ ସରକାର କେବଳ ସେହି ଲୋକଙ୍କୁ ବିଦ୍ୟୁତ୍ ସବସିଡି ଦେବେ, ଯେଉଁମାନେ ଏହା ଚାହୁଁଥିବେ । ଲୋକମାନେ ବିଦ୍ୟୁତ୍ ସବିସିଡି ଚାହୁଁଛନ୍ତି କି ନାହିଁ ଆମେ ଏହାର ଏକ ବିକଳ୍ପ ଦେବୁ ।
କେଜ୍ରିୱାଲ ସରକାର କ୍ଷମତାକୁ ଆସିବା ପରେ ଲୋକଙ୍କୁ ୨ଶହ ୟୁନିଟ ବିଦ୍ୟୁତ୍ ଏବଂ ଜଳ ମାଗଣାରେ ଯୋଗାଇ ଆସୁଛନ୍ତି । ଏନେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ‘ସେ ଅନେକ ଲୋକଙ୍କ ପରାମର୍ଶ ଓ ଚିଠି ପାଇଛନ୍ତି ଯେ, ସେମାନେ ବିଦ୍ୟୁତ୍ ବିଲ ଦେବାକୁ ସକ୍ଷମ ଅଟନ୍ତି । ତେଣୁ ସେମାନେ ମାଗଣା ବିଦ୍ୟୁତ୍ ଚାହୁଁନାହାଁନ୍ତି । ତେଣୁ ଆମେ ନିଷ୍ପତ୍ତି ନେଇଛୁ ଯେ ଆମେ ଶୀଘ୍ର ଲୋକଙ୍କୁ ପଚାରିବୁ ଯେ, ସେମାନେ ବିଦ୍ୟୁତ୍ ସବିସିଡି କାହୁଛନ୍ତି କି, ଅକ୍ଟୋବର ୧ ତାରିଖରୁ ସବସିଡି ସେହି ଲୋକମାନଙ୍କୁ ଦିଆଯିବ ଯେଉଁମାନେ ଏହାର ଅବଶ୍ୟକତା କରନ୍ତି’ ।