CCS ବୈଠକ: ଆତଙ୍କବାଦ ଦମନ ପାଇଁ ଶୂନ୍ୟ ସହନଶୀଳତାକୁ ଗୁରୁତ୍ବ

Delhi Blast: ଦିଲ୍ଲୀରେ ଗୁରୁତ୍ବପୂର୍ଣ୍ଣ CCS ବୈଠକ ଶେଷ । ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକ ଶେଷ ହୋଇଛି । ଆତଙ୍କବାଦ ଦମନ ପାଇଁ ଶୂନ୍ୟ ସହନଶୀଳତାକୁ ଗୁରୁତ୍ବ । ମୃତାହତଙ୍କ ପରିବାର ପ୍ରତି ସମବେଦନା । ତ୍ବରିତ ତଦନ୍ତ ଓ ଦୃଷ୍ଟାନ୍ତମୂଳକ ଦଣ୍ଡବିଧାନ ନିର୍ଦ୍ଦେଶ । ଆତଙ୍କବାଦ ଦମନ ପାଇଁ ଶୂନ୍ୟ ସହନଶୀଳତାକୁ ଗୁରୁତ୍ବ । କେନ୍ଦ୍ରୀୟ ମନ୍ତ୍ରିମଣ୍ଡଳ ବୈଠକରେ ଦିଲ୍ଲୀ କାର୍ ବିସ୍ଫୋରଣକୁ ଜଘନ୍ୟ ଆତଙ୍କୀ ଘଟଣା ବୋଲି କୁହାଯାଇଛି । କ୍ୟାବିନେଟ୍ ଏହା ଉପରେ ଗଭୀର ଶୋକ ବ୍ୟକ୍ତ କରି ପୀଡ଼ିତ ପରିବାର ପ୍ରତି ସମବେଦନା ଜଣାଇଥିଲା । ଏହା ସହ ଦୁଇ ମିନିଟର ନୀରବ ପ୍ରର୍ଥାନା କରାଯାଇଥିଲା ।

ବୈଠକରେ ସରକାର କହିଛନ୍ତି ଯେ ଏହି କୃତ୍ୟ ଦେଶର ଶାନ୍ତି ଓ ଏକତା ଉପରେ ଆକ୍ରମଣ ଅଟେ । କେନ୍ଦ୍ର କ୍ୟାବିନେଟ୍ ଯାଞ୍ଚ ଏଜେନ୍ସିଗୁଡ଼ିକୁ ନିର୍ଦ୍ଦେଶ ଦେଇ ଦୋଷୀ, ସେମାନଙ୍କ ସହଯୋଗୀ ଓ ପ୍ରୟୋଜକଙ୍କୁ ଚିହ୍ନଟ କରି ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଛି । ସରକାର ଆତଙ୍କବାଦ ଉପରେ ନିଜର ଶୂନ ସହନଶୀଳ ନୀତିକୁ ଦୋହରାଇଛନ୍ତି ।ଦେଶ ନଭେମ୍ବର ୧୦ରେ ଲାଲକିଲ୍ଲା ନିକଟରେ ଏକ କାର୍ ବୋମା ବିସ୍ଫୋରଣ ମାଧ୍ୟମରେ ଦେଶ ବିରୋଧୀ ଶକ୍ତି ଦ୍ୱାରା କରାଯାଇଥିବା ଏକ ଜଘନ୍ୟ ଆତଙ୍କବାଦୀ ଘଟଣା ଦେଖିଛି । କ୍ୟାବିନେଟ୍ ନିର୍ଦ୍ଦେଶ ଦେଇଛି ଯେ ଘଟଣାର ତଦନ୍ତ ଅତ୍ୟନ୍ତ ତ୍ୱରିତ ଏବଂ ପେସାଦର ଭାବରେ କରାଯିବା ଉଚିତ । ଏହା ଦ୍ଵାରା ଅପରାଧୀ, ସେମାନଙ୍କର ସହଯୋଗୀ ଏବଂ ସେମାନଙ୍କର ପ୍ରାୟୋଜକମାନଙ୍କୁ ଚିହ୍ନଟ କରାଯାଇ ବିଳମ୍ବ ନକରି ନ୍ୟାୟ ପ୍ରଦାନ କରାଯାଇପାରିବ।