ଦିଲ୍ଲୀରେ ୯ ମିଲିମିଟର ବର୍ଷା ରେକର୍ଡ

ଆଜି ଶୀତୁଆ ସକାଳରେ ମେଘର ଆସ୍ତରଣ ଦେଖିବାକୁ ମିଳିଛି ।

(ଦିଲ୍ଲୀ) : ଆଜି ଶୀତୁଆ ସକାଳରେ ମେଘର ଆସ୍ତରଣ ଦେଖିବାକୁ ମିଳିଛି । ଆଜି ଦିଲ୍ଳୀରେ ସର୍ବନିମ୍ନ ତାପମାତ୍ରା ୧୧.୭ ଡିଗ୍ରୀ ରହିଥିଲା । ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁସାରେ, ଗତ ୨୪ ଘଣ୍ଟା ମଧ୍ୟ୍ୟରେ ଅର୍ଥାତ ଆଜି ସକାଳ ସାଢ଼େ ଆଠଟା ସୁଦ୍ଧା ଦିଲ୍ଲୀରେ ୯ ମିଲିମିଟର ବର୍ଷା ରେକର୍ଡ କରାଯାଇଛି ।

ସୂଚନାନୁଯାୟୀ , ଆଦ୍ରତା ୯୫ ପ୍ରତିଶତ ଥିବାବେଳେ ଦିନରେ ସର୍ବାଧିକ ତାପମାତ୍ରା ୨୦ ଡିଗ୍ରୀ ସେଲସିୟସ ରହିଥିଲା ବୋଲି ପାଣିପାଗ ବିଭାଗ କହିଛି । ଗୁରୁବାର ଦିଲ୍ଲୀରେ ବାୟୁ ଗୁଣବତ୍ତା (ଏକ୍ୟୁଆଇ)ଅତ୍ୟନ୍ତ ନିମ୍ନମାନର ରହିଥିଲା । ସକାଳ ଆଠଟା ସୁଦ୍ଧା ସୂଚକାଙ୍କରେ ବାୟୁର ମାନ ୩୩୯ ରହିଥିଲା । ସହରମାନଙ୍କରେ ବାୟୁ ପ୍ରଦୂଷଣର ମାତ୍ର ନେଇ ନେଇ ତାର ମାନ ନିର୍ଦ୍ଧାରଣ କରାଯାଇଥାଏ । ରାଜଧାନୀ ଦିଲ୍ଲୀରେ ପ୍ରଦୁଷଣର ମାତ୍ରା ସବୁବେଳେ ଉଚ୍ଚରେ ରହୁଥିବା ବେଳେ ଏହାକୁ ନେଇ ଚିନ୍ତିତ ଜନସାଧାରଣ ।