ନୂଆଦିଲ୍ଲୀ: ନିକଟରେ ସାଉଥର ଲୋକପ୍ରିୟ ଅଭିନେତ୍ରୀ ରଶ୍ମିକା ମନ୍ଦନାଙ୍କ ଏକ ଅଶ୍ଳୀଳ ଭିଡିଓ ଭାଇରାଲକୁ ନେଇ ବେଶ୍ ଚର୍ଚ୍ଚା ହୋଇଥିଲା । ପରେ ଭିଡିଓଟି ମିଛ ବୋଲି ରଶ୍ମିକା ସୋସିଆଲ୍ ମିଡିଆରେ ସେୟାର୍ କରିଥିଲେ। ତେବେ ଏହି ଭିଡିଓକୁ ନେଇ ଆଜି ଆଉ ଏକ କଥା ସାମ୍ନାକୁ ଆସିଛି । ଭିଡିଓକୁ ନେଇ ଦିଲ୍ଲୀ ପୋଲିସ ବିହାରର ଜଣେ ୧୯ ବର୍ଷୀୟ ଯୁବକଙ୍କୁ ପଚରାଉଚରା କରିଛି। ପୋଲିସ କହିବାନୁଯାଇ ଯୁବକ ଜଣକ ଏହି ଭିଡିଓକୁ ପ୍ରଥମେ ନିଜ ସୋସିଆଲ୍ ମିଡିଆ ପ୍ଲାଟଫର୍ମରେ ଅପଲୋଡ୍ କରିଥିଲା ଏବଂ ପରେ ଏହାକୁ ଅନ୍ୟ ପ୍ଲାଟଫର୍ମରେ ବ୍ୟାପକ ଭାବେ ସେୟାର୍ କରିଥିଲା।
ଅଭିଯୁକ୍ତ ବିରୋଧରେ ଭାରତୀୟ ପିଙ୍ଗଳ କୋଡର ଧାରା ୪୬୫ ଏବଂ ଧାରା ୪୬୯ ସହ ସୂଚନା ପ୍ରଯୁକ୍ତି ଆଇନର ଧାରା ୬୬ ସି ଏବଂ ୬୬ ଇ ଅଧୀନରେ ଏକ ଏଫ୍ଆଇଆର୍ ରୁଜୁ କରାଯାଇଛି। ଯୁବକ ଜଣକ ଇନଷ୍ଟାଗ୍ରାମ ଆକାଉଣ୍ଟରୁ ଭିଡିଓ ଡାଉନଲୋଡ କରିଥିବା ପୁଲିସ କହିଛି, କିନ୍ତୁ ପୋଲିସ ତାଙ୍କୁ ପଚରାଉଚରା ଜାରି ରଖିଛି। ସେହିପରି ଭିଡିଓ ପ୍ରସ୍ତୁତ କରିଥିବା ବ୍ୟକ୍ତିଙ୍କୁ ଚିହ୍ନଟ କରିବା ପାଇଁ ପୋଲିସ ମେଟା ସହ ଯୋଗାଯୋଗରେ ଅଛି।