ସିସିଟିଭି ମାମଲାରେ ବିଶ୍ୱରେ ପ୍ରଥମ ସ୍ଥାନ ଅଧିକାର କଲା ଭାରତର ଏହି ସହର
ଦେଶର ରାଜଧାନୀ ଦିଲ୍ଲୀ ସିସିଟିଭି କ୍ୟାମେରା ମାମଲାରେ ବିଶ୍ୱର ଅନେକ ବଡ ସହର ତାଲିକାରେ ପ୍ରଥମ ସ୍ଥାନ ଅଧିକାର କରିଛି ।
(ଦିଲ୍ଲୀ) : ଦେଶର ରାଜଧାନୀ ଦିଲ୍ଲୀ ସିସିଟିଭି କ୍ୟାମେରା ମାମଲାରେ ବିଶ୍ୱର ଅନେକ ବଡ ସହର ତାଲିକାରେ ପ୍ରଥମ ସ୍ଥାନ ଅଧିକାର କରିଛି । ଦିଲ୍ଲୀରେ ବର୍ଗ ମାଇଲ ପ୍ରତି ୧୮୨୬ କ୍ୟାମେରା ଲଗାଯାଇଛି । ଫୋର୍ବସ୍ ଇଣ୍ଡିଆ ଦ୍ୱାରା କରାଯାଇଥିବା ଏକ ସର୍ଭେରେ ଏହା ପ୍ରକାଶ ପାଇଛି । ଏହି ସର୍ଭେରେ ନ୍ୟୁୟର୍କ, ସାଂଘାଇ ଏବଂ ଲଣ୍ଡନ ସମେତ ୨୦ ଟି ସହର ସାମିଲ ହୋଇଛନ୍ତି ।
ସର୍ଭେ ଅନୁଯାୟୀ, ଭାରତର ତିନୋଟି ସହର ଏହି ତାଲିକାରେ ସ୍ଥାନ ପାଇଛନ୍ତି । ଦିଲ୍ଲୀ ବ୍ୟତୀତ ଏହି ସହରଗୁଡ଼ିକ ହେଉଛି ଚେନ୍ନାଇ ଏବଂ ମୁମ୍ବାଇ । ଏହି ତାଲିକାରେ ଚେନ୍ନାଇ ତୃତୀୟ ସ୍ଥାନରେ ଏବଂ ମୁମ୍ବାଇ ୧୮ ନମ୍ବରରେ ରହିଛି । ଦିଲ୍ଲୀର ବର୍ଗ ମାଇଲ ପ୍ରତି ୧୮୨୬ କ୍ୟାମେରା, ଚେନ୍ନାଇରେ ୬୦୯ ଏବଂ ମୁମ୍ବାଇରେ ବର୍ଗ ମାଇଲ ପ୍ରତି ୧୫୭ ସିସିଟିଭି ଅଛି । ଏହି ସର୍ଭେରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଟ୍ୱିଟ୍ କରି କହିଛନ୍ତି ଯେ ବର୍ଗ ମାଇଲ ପ୍ରତି ସର୍ବାଧିକ ସଂଖ୍ୟକ ସିସିଟିଭି କ୍ୟାମେରା ଲଗାଇବା ପାଇଁ ଦିଲ୍ଲୀ ସାଂଘାଇ, ନ୍ୟୁୟର୍କ ଏବଂ ଲଣ୍ଡନ ଭଳି ସହରକୁ ଅତିକ୍ରମ କରିଛି । ଦିଲ୍ଲୀର ବର୍ଗ ମାଇଲ ପ୍ରତି ୧୮୨୬ କ୍ୟାମେରା ଥିବାବେଳେ ଲଣ୍ଡନରେ ବର୍ଗ ମାଇଲ ପ୍ରତି ୧୧୩୮ କ୍ୟାମେରା ଅଛି । ମିଶନ୍ ମୋଡରେ କାର୍ଯ୍ୟ କରୁଥିବା ଆମର ଅଧିକାରୀ ଏବଂ ଇଞ୍ଜିନିୟର୍ ମାନଙ୍କୁ ମୋର ଅଭିନନ୍ଦନ, ଯେଉଁ କାରଣରୁ ଆମେ ଏତେ କମ୍ ସମୟ ମଧ୍ୟରେ ଏହି ସଫଳତା ହାସଲ କରିଛୁ ।