ଦିଲ୍ଲୀରେ ଗତ ୨୪ ଘଣ୍ଟାରେ ୨୮ନୂଆ ସଂକ୍ରମିତ

ଦିଲ୍ଲୀରେ ଗତ ୨୪ ଘଣ୍ଟାରେ କରୋନା ଭାଇରସରେ ଜଣେ ରୋଗୀଙ୍କର ମୃତ୍ୟୁ ହୋଇଛି। ଏହାପରେ କୋଭିଡ୍-୧୯ରେ ମୃତ୍ୟୁ ହୋଇଥି

(ଦିଲ୍ଲୀ) : ଦିଲ୍ଲୀରେ ଗତ ୨୪ ଘଣ୍ଟାରେ କରୋନା ଭାଇରସରେ ଜଣେ ରୋଗୀଙ୍କର ମୃତ୍ୟୁ ହୋଇଛି। ଏହାପରେ କୋଭିଡ୍-୧୯ରେ ମୃତ୍ୟୁ ହୋଇଥିବା ଲୋକଙ୍କ ସଂଖ୍ୟା ବୃଦ୍ଧି ପାଇ ୨୫୬,୦୮୨ରେ ପହଞ୍ଚିଛି । ସେପଟେ କରୋନାର ନୂଆ ମାମଲା କଥା କହିବା ତ ଗତ ୨୪ ଘଣ୍ଟାରେ ୨୮ଟି ନୂଆ ମାମଲା ଦାଖଲ ହୋଇଛି। ଦିଲ୍ଲୀରେ ସଂକ୍ରମଣ ହାର ୦.୦୫ ପ୍ରତିଶତ। ସକ୍ରିୟ ରୋଗୀଙ୍କ ସଂଖ୍ୟା ୩୪୯ ହୋଇଛି । ଯେଉଁଥିରେ ହୋମ୍‌ ଆଇସୋଲେସନରେ ୮୫ ରୋଗୀ ଅଛନ୍ତି । ୧- ୨୪ ଘଣ୍ଟାରେ ସାମନାକୁ ଆସିଛି ୨୮ କେସ୍ , ମୋଟ ସଂଖ୍ୟା ୧୪,୩୭,୭୬୪ ।

ସୂଚନାନୁଯାୟୀ , ପୂରା ଦେଶ କଥା ଯଦି କହିବା ତ ଭାରତରେ ଗୋଟିଏ ଦିନରେ କୋଭିଡ୍-୧୯ର ୩୦,୯୪୧ଟି ନୂଆ ମାମଲା ସାମନାକୁ ଆସିବା ପରେ କରୋନା ଭାଇରସ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇଁ ୩,୨୭,୬୮,୮୮୦ ହୋଇଛି ।