ମଦ ଦୁର୍ନୀତି ମାମଲାରେ ଜେଲ ଗଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ

ନୂଆଦିଲ୍ଲୀ: ଜେଲ ଗଲେ ଦିଲ୍ଲୀ ମୁଖମନ୍ତ୍ରୀ। ଇଡି ରିମାଣ୍ଡ ସରିବା ପରେ ଜେଲ୍ ଗଲେ କେଜରିୱାଲ । ମଦ ଦୁର୍ନୀତି ମାମଲାରେ ସେ ଜେଲ୍ ଯାଇଥିବା କୁହାଯାଉଛି । ତେବେ ଆଜି ରିମାଣ୍ଡ ଅବଧି ଶେଷ ପରେ ତାଙ୍କୁ ଦିଲ୍ଲୀର ରାଉଜ୍ ଏଭେନ୍ୟୁ କୋର୍ଟରେ ହାଜର କରିଥିଲା ଇଡି। ତେବେ ଏନେଇ ଆସନ୍ତ ୧୫ ଏପ୍ରିଲ ପର୍ୟ୍ୟନ୍ତ ଜେଲରେ ରହିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା ୧୫ ତାରିଖରେ ନ୍ୟାୟିକ ହେପାଜତରେ ରହିବେ କେଜ୍ରିୱାଲ। କେଜ୍ରିୱାଲଙ୍କୁ ତିହାର ଜେଲରେ ରଖାଯିବା ପାଇଁ ବ୍ୟବସ୍ଥା କରାଯାଇଛି। କୋର୍ଟରେ ହାଜର କରାଯିବା ସମୟରେ କେଜ୍ରିୱାଲ ଗଣମାଧ୍ୟମକୁ ବଡ ବୟାନ ଦେଇଛନ୍ତି। ସେ କହିଛନ୍ତି ପ୍ରଧାନମନ୍ତ୍ରୀ ଯାହା କରୁଛନ୍ତି ଠିକ୍ କରୁନାହାଁନ୍ତି। ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ଗତ ମାର୍ଚ୍ଚ ୨୧ ତାରିଖରେ କେଜରିୱାଲଙ୍କୁ ଗିରଫ କରାଯାଇଥିଲା।