ଇଡି ହେପାଜତରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ

ନୂଆଦିଲ୍ଲୀ: ଇଡି ହେପାଜତରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଗତ କାଲି ତାଙ୍କ ଗିରଫ କରିଛି ଇଡି । ଗିରଫ ପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କାର୍ଯ୍ୟାଳୟରେ ରାତି କାଟିଥିଲେ କେଜ୍ରିୱାଲ । ଆଜି ତାଙ୍କୁ ଡାକ୍ତରୀ ପରୀକ୍ଷା ପରେ ସ୍ୱତନ୍ତ୍ର ଅଦାଲତରେ ହାଜର କରାଯିବ । ଇଡି ହାଜତରେ ଜେରା କରିବାକୁ କୋର୍ଟଙ୍କ ଅନୁମତି ଲୋଡିବ ତଦନ୍ତକାରୀ ସଂସ୍ଥା । ଅନ୍ୟପଟେ କେଜ୍ରିୱାଲଙ୍କ ଗିରଫ ପ୍ରତିବାଦରେ ଗତକାଲି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା ଆମ ଆଦମୀ ପାର୍ଟି । ରାତି ଭିତରେ ତତ୍କାଳ ଶୁଣାଣି ପାଇଁ ଆବେଦନ କରାଯାଇଥିôଲା । ଆଜି ଆପର ଆବେଦନ ଉପରେ ଶୁଣାଣି ହୋଇପାରେ । ସେପଟେ ପଦରେ ଥାଇ ଗିରଫ ହେବାରେ ଅରବିନ୍ଦ କେଜ୍ରିୱାଲ ଦେଶର ପ୍ରଥମ ମୁଖ୍ୟମନ୍ତ୍ରୀ ହୋଇଛନ୍ତି । ତାଙ୍କୁ ଗତକାଲି ୨ ଘଣ୍ଟାରୁ ଅଧିକ ସମୟ ଜେରା ପରେ ଗିରଫ କରିଥିଲା ଇଡି ।