ଦିଲ୍ଲୀଠାରୁ ପ୍ରତିଶୋଧ ନେବାକୁ ପଡିଆକୁ ଓହ୍ଲାଇବ ଆରସିବି

ନୂଆଦିଲ୍ଲୀ: ଦିଲ୍ଲୀ କ୍ୟାପିଟାଲ (ଡିସି) ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ଆଜି ସନ୍ଧ୍ୟାରେ ମୁହାଁମୁହିଁ ହେବେ । ଏହି ମ୍ୟାଚ୍ ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଖେଳାଯିବ । ସିଜନରେ ପ୍ରଥମ ରାଉଣ୍ଡ ଲଢେଇରେ ଉଭୟ ଦଳ ବେଙ୍ଗାଲୁରୁରେ ଆମ୍ନାସାମ୍ନି ହୋଇଥିଲେ । ଦିଲ୍ଲୀ ୬ଟି ୱିକେଟରେ ସେହି ମ୍ୟାଚ ଜିତିଥିଲା । ଏହି କାରଣରୁ, ଆଜି ଆରସିବି, ଦିଲ୍ଲୀଠାରୁ ପ୍ରତିଶୋଧ ନେବାକୁ ପଡିଆକୁ ଓହ୍ଲାଇବ ।

ଉଭୟ ଦଳ ଏହି ସିଜିନରେ ଭଲ ସ୍ଥିତିରେ ଅଛନ୍ତି । ପଏଣ୍ଟ ଟେବୁଲରେ ଦିଲ୍ଲୀ ୮ଟି ମ୍ୟାଚରେ ୧୨ ପଏଣ୍ଟ ସହ ଦ୍ୱିତୀୟ ସ୍ଥାନରେ ଥିବାବେଳେ ୯ଟି ମ୍ୟାଚରେ ୧୨ ପଏଣ୍ଟ ସହ ଆରସିବି ତୃତୀୟ ସ୍ଥାନରେ ରହିଛି । ଆଜିର ମ୍ୟାଚ୍ ଜିତିବା ଦଳ ପ୍ରଥମ ସ୍ଥାନରେ ପହଞ୍ଚିବ । ଡିସି ଏବଂ ଆରସିବି ମଧ୍ୟରେ ମ୍ୟାଚ୍ ରୋମାଞ୍ଚକର ହେବ ବୋଲି ଆଶା କରାଯାଉଛି । କାରଣ ବ୍ୟାଟିଂ ଏବଂ ବୋଲିଂ କ୍ଷେତ୍ରରେ ଉଭୟ ଦଳ ଫର୍ମରେ ଅଛନ୍ତି ।