ଦିଲ୍ଲୀ ବିସ୍ଫୋରଣ: ବମ୍ ତିଆରି କରିବାରେ ISIS କରୁଥିଲା ସାହାର୍ଯ୍ୟ

ନୂଆଦିଲ୍ଲୀ: ଫରିଦାବାଦ ଆତଙ୍କୀ ନେଟୱାର୍କ ଏବଂ ଲାଲକିଲ୍ଲା ବିସ୍ଫୋରଣରେ ବଡ଼ ଖୁଲାସା । ଏହାକୁ ତଦନ୍ତ କରୁଥିବା ଏଜେଲ୍ସିଗୁଡ଼ିକ ଏକ ବଡ଼ ପର୍ଦ୍ଦାଫାସ କରିଛନ୍ତି । ଆତଙ୍କବାଦୀଙ୍କ ଫୋନ୍‌ରୁ ତଥ୍ୟ ଉଦ୍ଧାର କରାଯାଇଥିବା ବେଳେ କେବଳ ମୁଜାମ୍ମିଲଙ୍କ ମୋବାଇଲ୍ ଫୋନ୍‌ରୁ ପ୍ରାୟ 200 ଭିଡିଓ ମିଳିଛି। ଏଥିରେ ଜୈଶ୍-ଏ-ମହମ୍ମଦ ମୁଖ୍ୟ ମାସୁଦ୍ ଆଝାର, ଅସଗର, ଅନ୍ୟ ଜୈଶ୍ କମାଣ୍ଡର ଏବଂ ଅନେକ ISIS-ସମ୍ପୃକ୍ତ ଆତଙ୍କବାଦୀଙ୍କ ବିଷାକ୍ତ ଭାଷଣର ଅଡିଓ ଏବଂ ଭିଡିଓ ଅନ୍ତର୍ଭୁକ୍ତ। ତଦନ୍ତରେ ଏହା ମଧ୍ୟ ଜଣାପଡ଼ିଛି ଯେ ଲାଲକିଲ୍ଲା ବିସ୍ଫୋରଣରେ ଆତ୍ମଘାତୀ ବିସ୍ଫୋରଣକାରୀ ମୁଜାମ୍ମିଲ ଏବଂ ଡକ୍ଟର ଉମର ତୁର୍କୀରେ ସିରିଆର ISIS ଆତଙ୍କବାଦୀ କମାଣ୍ଡରଙ୍କ ସହିତ ସାକ୍ଷାତ କରିଥିଲେ।

ଗିରଫ ଆତଙ୍କବାଦୀଙ୍କ ଫୋନରୁ ଗୁରୁତ୍ୱପୂର୍ଣ୍ଣ ଖୁଲାସା ହୋଇଛି। ଡକ୍ଟର ମୁଜାମ୍ମିଲ, ଆଦିଲ, ଶାହିନ ଏବଂ ଇରଫାନଙ୍କ ଫୋନରୁ ଡିଲିଟ ହୋଇଥିବା ତଥ୍ୟ ପ୍ରକାଶ ପାଇଛି। ଏହି ଭିଡିଓଗୁଡ଼ିକ ମଧ୍ୟରୁ ପ୍ରାୟ 80 ଟି ଆତଙ୍କବାଦୀ ତାଲିମ, ବୋମା ତିଆରି ଏବଂ ରାସାୟନିକ ପ୍ରତିକ୍ରିୟା ସହିତ ଜଡିତ ଗବେଷଣା ଉପରେ ଆଧାରିତ। ଦିଲ୍ଲୀ, ଉତ୍ତର ପ୍ରଦେଶ, ମୁମ୍ବାଇ ଏବଂ ଅନ୍ୟାନ୍ୟ ରାଜ୍ୟର ଧାର୍ମିକ ସ୍ଥଳ ଏବଂ ଜନଗହଳିପୂର୍ଣ୍ଣ ବଜାରର ଭିଡିଓ ମଧ୍ୟ ମୁଜାମ୍ମିଲଙ୍କ ଫୋନରୁ ଉଦ୍ଧାର କରାଯାଇଛି।