ପୁଣିଥରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ହତ୍ୟା ଧମକ

ଉତ୍ତରପ୍ରଦେଶ : ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ପୁଣିଥରେ ହତ୍ୟା ଧମକ ମିଳିଛି । ଅପରାଧୀ ଜଣକ ଡାଏଲ୍ ୧୧୨ରେ ମେସେଜ୍ କରି ଏହି ଧମକ ଦେଇଛି । ତେବେ ପୋଲିସ ଏହି ମାମଲାରେ ସତର୍କ ହେବା ସହିତ କେସ୍ ମଧ୍ୟ ରୁଜୁ କରିଛି । ଅନ୍ୟପଟେ ଏଟିଏସ୍ ଏହି ଘଟଣାରେ ସମସ୍ତ ଏଜେନ୍ସିକୁ ସତର୍କ ସୂଚନା ପଠାଇ ଦେଇଛି ।

ରିପୋର୍ଟ ମୁତାବକ, ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଏପ୍ରିଲ ୨୩ ତାରିଖ ରାତି ୮ଟା ୨୨ ମିନିଟରେ ଏକ ଧମକପୂର୍ଣ୍ଣ ମେସେଜ୍ ଆସିଥିଲା । ଏହି ମେସେଜରେ କୁହାଯାଇଥିଲା, ସିଏମ୍ ଯୋଗୀଙ୍କୁ ଖୁବଶୀଘ୍ର ଜୀବନରୁ ମାରିଦେବି । ତେବେ ଯୋଗୀଙ୍କୁ ଏହି ହତ୍ୟା ଧମକ ମିଳିବା ପରେ ସମସ୍ତ ଯାଞ୍ଚ ଏଜେନ୍ସି ଆଲର୍ଟ ହେବା ସହିତ ସତର୍କ ହୋଇପଡିଛନ୍ତି । ଏହାପୂର୍ବରୁ ଯୋଗୀ ଆଦିତ୍ୟନାଥଙ୍କୁ ଗତବର୍ଷ ଏପ୍ରିଲ ମାସରେ ମଧ୍ୟ ଜୀବନରୁ ମାରିଦେବାକୁ ଧମକ ଦିଆଯାଇଥିଲା । ଏହି ମାମଲାରେ ଲକ୍ଷ୍ନୌର ସାଇବର ସେଲ ରାଜସ୍ଥାନର ମେବାତରେ ଥିବା ସରଫରାଜ ନାମକ ଜଣେ ବ୍ୟକ୍ତିକୁ ଗିରଫ କରିଥିଲା । ସେ ବି ସେହି ସମାନ ଢଙ୍ଗରେ ଯୋଗୀଙ୍କୁ ମାରିଦେବ ବୋଲି ଧମକ ଦେଇଥିଲା ।