ଶାହରୁଖ ଖାଁଙ୍କୁ ହତ୍ୟା ଧମକ : ବାନ୍ଦ୍ରା ପୋଲିସ ନିକଟରେ ଅଭିଯୋଗ

ମୁମ୍ବାଇ : ଶାହରୁଖ ଖାଁଙ୍କୁ ମିଳିଛି ହତ୍ୟା ଧମକ। ଏନେଇ ମୁମ୍ବାଇର ବାନ୍ଦ୍ରା ପୋଲିସ ନିକଟରେ ଅଭିଯୋଗ ହୋଇଛି। ପୋଲିସ ସୂଚନା ମୁତାବକ ଛତିଶଗଡର ରାୟପୁରରୁ ଫୈଜାନ୍ ନାମକ ଜଣେ ବ୍ୟକ୍ତିଙ୍କ ନାମରେ ପଞ୍ଜୀକୃତ ହୋଇଥିବା ନମ୍ବରରୁ ଏହି ଧମକ ମିଳିଥିଲା। ଶାହରୁଖ ଖାନଙ୍କ ଟିମ୍ ବାନ୍ଦ୍ରା ପୋଲିସ ନିକଟରେ ଏହି ଅଭିଯୋଗ କରିଛନ୍ତି।ଶାହାରୁଖଙ୍କୁ ହତ୍ୟା ଧମକ ମିଳିବା ପରେ ଏହାକୁ ଗୁରୁତର ସହ ନେଇଛି ମୁମ୍ବାଇ ପୋଲିସ । ଏହା ପଛର କାର୍ପଟକାର କିଏ ତାକୁ ଖୋଜିବାକୁ ତନଘାନା ଚଳାଇଛି ପୋଲିସ ।

ସୂଚନା ଅନୁଯାଇ , ଶାହାରୁଖଙ୍କ ପାଖକୁ ଏକ ଅଜଣା କଲ୍ ଆସିଥିଲା । କୋଟି କୋଟି ଟଙ୍କା ନଦେଲେ ତାଙ୍କୁ ଭୟଙ୍କର ପରିଣାମ ଭୋଗିବାକୁ ପଡିବ । ବାସ୍ ଏତିକି କହିବା ପରେ ଫୋନ୍ କାଟିଦେଲା ଅଜଣା ବ୍ୟକ୍ତି । ସଲମାନ ଖାଁଙ୍କୁ ହତ୍ୟା ଧମକ ମିଳିଥିବା ବେଳେ ତାଙ୍କ ଗାଲସ୍କି ଆପାର୍ଟମେଣ୍ଟ ଉପରକୁ ଗୁଳିମାଡ଼ ମଧ୍ୟ ହୋଇଥିଲା। ଯାହାପରେ ତାଙ୍କ ସୁରକ୍ଷା ବଢ଼ାଇ ଦିଆଯାଇଥିଲା।