ଦଶମ ଶ୍ରେଣୀ ଛାତ୍ରୀଙ୍କ ଅକାଳ ମୃତ୍ୟୁ

ରାଇରଙ୍ଗପୁର/ ସତ୍ୟ ନାରାୟଣ ପାଲ:- ମୟୁରଭଞ୍ଜ ଜିଲ୍ଲା ତିରିଂ’ଥାନା ଝରାଡିହି ଫାଣ୍ଡି ଅନ୍ତର୍ଗତ ଗିଦିଘାଟୀ ଗ୍ରାମର ଜନୈକ ୧୦’ମ ଶ୍ରେଣୀ ଛାତ୍ରୀ’ଙ୍କ ଅକାଳ ବିୟୋଗ ଘଟିଛି।ସୂଚନାମୁତାବକ, ତାରଣା ଫାତୁ ମେମୋରିଆଲ ଉଚ୍ଚବିଦ୍ୟାଳୟ ର ୧୦’ମ ଶ୍ରେଣୀ ର ଛାତ୍ରୀ ଯମୁନା ଟୁଡୁ (୧୬) ପିତା ସୁଗଦା ଟୁଡୁଙ୍କ ରାତ୍ରି ରେ ଅସ୍ବାଭାବିକ ମୃତ୍ୟୁ ଘଟିଥିବା ନେଇ ତିରିଂ ଥାନା ଅଧିକାରୀ’ଙ୍କୁ ସୂଚନା ହସ୍ତଗତ ହୋଇଥିଲା। ଏନେଇ ଝରାଡିହି ଫାଣ୍ଡି ଅଧିକାରୀ ବିଜୟ ନାୟକ ଆଜି ସକାଳୁ ଘଟଣାସ୍ଥଳକୁ ପହଞ୍ଚି ଶବ ଜବତ କରିବା ସହିତ ଘଟଣାର ତଦନ୍ତ ଆରମ୍ଭ କରିଥିଲେ। ଅସୁସ୍ଥତା କାରଣରୁ ରାତ୍ରୀରେ ଛାତ୍ରୀ’ଙ୍କ ମୃତ୍ୟ ଘଟିଥିବା ନେଇ ପରିବାର ଲୋକେ ସୂଚନା ଦେଇଥିବା ଜଣା ପଡିଛି।

ଏନେଇ ତିରିଂ’ଥାନା ରେ ୧୭/୨୨’ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯିବା ସହିତ ତଦନ୍ତ ପରେ ମୃତ ଦେହ କୁ ବ୍ୟବଚ୍ଛେଦ ପାଇଁ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟ କୁ ପଠା ଯାଇଛି। ତିରିଂ’ଥାନା ପୋଲିସ୍ ପକ୍ଷରୁ ଘଟଣାର ଅଧିକ ତଦନ୍ତ ଜାରି ରହିଥିବା ବେଳେ ଛାତ୍ରୀ’ଙ୍କ ମୃତ୍ୟୁର ସ୍ପଷ୍ଟ କାରଣ ଜଣା ପଡିନାହିଁ। ତେବେ ବ୍ୟବଚ୍ଛେଦ ତଥ୍ୟ ଆସିବା ପରେ ମୃତ୍ୟୁ ର ପ୍ରକୃତ କାରଣ ଜଣା ପଡିବ ବୋଲି ତିରିଂ’ଥାନା ପୋଲିସ୍ ସୂଚନା ଦେଇଛନ୍ତି।