ବଡଚଣା/ବେଦପ୍ରକାଶ ନାୟକ : ହଳଦିଗଡ଼ିଆ ସରପଞ୍ଚ ଓ ତାଙ୍କ ଭାଇଙ୍କ ସହ ୱାର୍ଡ ମେମ୍ବରଙ୍କ ଦବଙ୍ଗଗିରି | ଏକ ୱେବ ଚାନେଲର ସଂପାଦକ ତପନ ମିଶ୍ରଙ୍କୁ ମରଣାନ୍ତକ ଆକ୍ରମଣ । ଯାଜପୁର ଜିଲ୍ଲାର କୋରେଇ ବ୍ଲକ ହଳଦିଗଡ଼ିଆ ଗ୍ରାମର ଯୁବ ନେତା ଓ ୱେବ ଚାନେଲର ସଂପାଦକ ତପନ ମିଶ୍ରଙ୍କୁ ମରଣାନ୍ତକ ଆକ୍ରମଣ ଅଭିଯୋଗ । ସୂଚନା ଥାଉ କି ଏକ ନମ୍ୱର ୱାର୍ଡର ରାସ୍ତା ଅତି ନିମ୍ନମାନର ଓ ବହୁ ଦୁର୍ନୀତିକୁ ନେଇ ବାରମ୍ବାର ସାମାଜିକ ଗଣମାଧ୍ୟମରେ ପ୍ରକାଶିତ କରିଆସୁଥିଲେ । ଗତ ୪ ତାରିଖ ଦିନ ସେଇ କଥା ଏକ ନମ୍ବର ୱାର୍ଡର ୱାର୍ଡ ମେମ୍ବର ଗୁନ ଜେନାଙ୍କୁ ପଚାରିବାରୁ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା ।
ଗୁନ ଜେନାଙ୍କ ପରିବାର ଲୋକେ ତପନ ମିଶ୍ରଙ୍କୁ ନିଜ ବାଡ଼ି ଭିତରକୁ ଟାଣି ନେଇ ଦଳିତ ଜାତିଆଣ ମିଛ କେସ କରିବେ ବୋଲି ଧମକ ଦେଇଥିଲେ। ଘର ବାହାରେ ପଡିଥିବା କିଛି କୁଟାକୁ ତପନ ମିଶ୍ର ଭୀଷଣ ଅନ୍ଧାର ଯୋଗୁ ନିଆଁ ଲଗାଇ ଦୁର୍ବୃତ୍ତ ଜାଣିବା ସମୟରେ ହଳଦି ଗଡ଼ିଆ ପଂଚାୟତର ସରପଞ୍ଚ ଅନୀଲ ମହାପାତ୍ର ଓ ହଳଦି ଗଡ଼ିଆ ସୋସାଇଟି ସଭାପତି ମଦନ ମହାପାତ୍ର ଯିଏ କି ସରପଞ୍ଚଙ୍କ ଭାଇ ସେଠି ପହଁଛି ତପନ ମିଶ୍ରଙ୍କୁ ଜୀବନରୁ ମାଡ଼ ମାରି ମାରିଦେବାକୁ କହିଥିଲେ ଓ ଅତିକୁ ଭାଷା ପ୍ରୟୋଗ କରି ଜାତିଆଣ କେସ ଲଗେଇ ଜେଲକୁ ପଠେଇବାକୁ ମଧ୍ୟ ଧମକ ଦେବା ଓ ନିଜେ ଉପସ୍ଥିତ ରହିବା ସହ ୱାର୍ଡ ମେମ୍ବରଙ୍କ ପରିବାର ଲୋକେ ଅତି ନୁର୍ଶଂସ ଭାବେ ଲୁହା ପାଇପ ଓ ଠେଙ୍ଗାରେ ମାଡ଼ ମାରିଥିଲେ |
ଯାହାଫଳରେ ତପନ ମିଶ୍ରଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ତାଙ୍କ ପରିବାର ଲୋକେ ଉଦ୍ଧାର କରି ଘରକୁ ନେଇଥିଲେ ପରେ କୋରେଇ ପୋଲିସ ସହାୟତାରେ କୋରେଇ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିବା ପରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ । ସେଠି ଏକ୍ସରେ କରିବା ପରେ ଜାଣିବାକୁ ପାଇଥିଲେ ଯେ ଗୋଡ଼ ଭାଙ୍ଗିଯିବା ସହ ବିଭିନ୍ନ ଜାଗାରେ ମାଡ଼ ବସି ଗୁରୁତର ଅଛନ୍ତି, ଡାକ୍ତର ତୁରନ୍ତ କଟକ ବଡ଼ ମେଡ଼ିକାଲ କୁ ସ୍ଥାନାନ୍ତରିତ କରିବା ସହ କଟକ ଡାକ୍ତରଙ୍କ କହିବା ଅନୁଯାୟୀ ଡାଣ ପଟ ଗୋଡ଼ ଭାଙ୍ଗିଯାଇଛି ଯାହାଫଳରେ ଠିକ ହେବା ବର୍ତ୍ତମାନ ସମ୍ଭବ ପର ନୁହେଁ ହୁଏତ ଅପରେସନ ହୋଇ ରଡ଼ ବୋଲଡ଼ ଲାଗିବ ନଚେତ ଗୋଡ଼ କଟାଯିବାର ସମ୍ଭାବନା ରହିଛି କେବଳ ପ୍ରଭୁଙ୍କ ଇଚ୍ଛା ତପନ ମିଶ୍ର ଏବେ ଗୁରୁତର ଭାବେ କଟକ ବଡ଼ ମେଡ଼ିକାଲରେ ଚିକିତ୍ସା ହେଉଛନ୍ତି | ଏପଟେ ପରିବାର ଲୋକେ ନ୍ୟାୟ ପାଇଁ ପ୍ରଶାସନ ନିକଟରେ ଦାବି କରିବା ସହ କୋରେଇ ଥାନା ଲିଖିତ ଅଭିଯୋଗ କରିଛନ୍ତି ।