ତେଲ ଆଲିଭ : ହମାସ୍ ବିରୋଧରେ ଇସ୍ରାଏଲ ସେନାର କ୍ଷୁଦ୍ଧ ଘୋଷଣା ପରେ ଏବେ ଉଭୟ ପକ୍ଷର ଆକ୍ରମଣ ଓ ପ୍ରତ୍ୟାକ୍ରମଣରେ ଇସ୍ରାଏଲ ମାଟି ଯୁଦ୍ଧ କ୍ଷେତ୍ରରେ ପାଲଟିଛି । ଶନିବାର ଆରମ୍ଭ ହୋଇଥିବା ସଂଘର୍ଷ ବେଳକୁ ବେଳ ତୀବ୍ର ହେବା ସହିତ ଉଭୟ ପକ୍ଷରୁ ମୃତ୍ୟୁସଂଖ୍ୟା ମଧ୍ୟ ବଢି ଚାଲିଛି । ରବିବାର ସୁଦ୍ଧା ଇସ୍ରାଏଲ ସେନା ଆକ୍ରମଣରେ ୪୦୦ ପାଲେଷ୍ଟିନୀୟ ନାଗରିକଙ୍କ ମୃତୁ ହେବା ସହିତ ୧୭୦୦ରୁ ଅଧିକ ଲେକ ଆହତ ହୋଇଛନ୍ତି । ଅନ୍ୟପଟେ ହମାସ୍ ଆକ୍ରମଣରେ ୬୦୦ ଇସ୍ରାଏଲ ମୃତ୍ୟୁ ଏବଂ ୧୨୦୦ରୁ ଅଧିକ ଲୋକ ଆତି ହୋଇଛନ୍ତି ।
ହମାସ ଆତଙ୍କବାଦୀମାନେ ଗାଜା ଅଞ୍ଚଳରୁ ଲାଗି ରହିଥିବା ଇସ୍ରାଏଲ ବିଭିନ୍ନ ସହରକୁ ଟାର୍ଗେଟ କରି ଘନ ଘନ ରକେଟ ମାଢ କରୁଛନ୍ତି । ଯାହା ଫଳରେ ବହୁ ଘରଦ୍ୱାର ଧ୍ୱସଂ ହେବାସହ ସାଓାରଣ ନାଗରିକଙ୍କ ମୃତ୍ୟୁ ହୋଇଛି । ଏହାକୁ ନେଇ ଇସ୍ରାଏଲର ବିଭିନ୍ନ ସହର ରାସ୍ତାରେ ଗଦା ଗଦାେ ଶବ ପଡ଼ି ରହିଥିବା ଦେଖିବାକୁ ମିଳୁଛି ।
ଗୋଟିଏ ପଟେ ହମାସକୁ ମୁକାବିଲା କରିବା ଏବଂ ଅନ୍ୟପଟେ ନାଗରିକମାନଙ୍କୁ ସୁରକ୍ଷା ଯୋଗାଇ ଦେବା ଇସ୍ରାଏଲ ସେନା ପାଇଁ ଆହ୍ବାନପୂର୍ଣ୍ଣ ହୋଇପଡ଼ିଛି। ଏହାବ୍ୟତୀତ ଶହ ଶହ ସଂଖ୍ୟାରେ ହମାସ୍ ଆତଙ୍କବାଦୀମାନେ ଇସ୍ରାଏଲର ବିଭିନ୍ନ ସହରରେ ପ୍ରବେଶକରି ଇସ୍ରାଏଲ ସେନା ସହିତ ସାଧାରଣ ନାଗରିକଙ୍କୁ ବନ୍ଧକ ବନାଇ ହତ୍ୟା କରୁଥିବା ଖବର ଆସିଛି।ହମାସ୍ ନିଶାଣରୁ ମହିଳା ଏବଂ ଶିଶୁ ମଧ୍ୟ ବାଦ୍ ପଡ଼ିନାହାନ୍ତି। ବିଭିନ୍ନ ସହରରେ ହମାସ୍ ଆତଙ୍କବାଦୀମାନେ ମହିଳା ଏବଂ ଶିଶୁଙ୍କୁ ଅପହରଣ କରିନେଇ ବନ୍ଧକ ରଖୀବା ସହିତ ସେମାନଙ୍କୁ ହତ୍ୟା କରୁଥିବା କୁହାଯାଇଛି। ଏପରିକି ମହିଳାମାନଙ୍କୁ ହମାସ୍ ଆତଙ୍କବାଦୀମାନେ ଦୁଷ୍କର୍ମ କରି ହତ୍ୟା କରୁଥିବାର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। ଏଭଳି ଘଟଣାକୁ ନେଇ ଇସ୍ରାଏଲରେ ଅତ୍ୟନ୍ତ ଗମ୍ଭୀର ପରିସ୍ଥିତି ଉପୁଜିଛି। ବିଶେଷକରି ପିତା-ମାତାଙ୍କ ଆଖୀ ସାମ୍ନାରେ ସେମାନଙ୍କ ପିଲାଙ୍କୁ ହତ୍ୟା କରାଯାଉଥିବା କରୁଣ ଦୃଶ୍ୟ ବିଶ୍ବ ସମାଜକୁ ବ୍ୟଥିତ କରିଛି।
ଶହ ଶହ ସଂଖ୍ୟାରେ ଆହତ ଲୋକଙ୍କ ଚିକତ୍ସା ପାଇଁ ମଧ୍ୟ ଏବେ ଡାକ୍ତରଖାନାରେ ସ୍ଥାନର ଅଭାବ ପଡ଼ିଛି। ହମାସ ଆତଙ୍କବାଦୀମାନେ ପରିବାର ଆଗରେ ଶିଶୁଙ୍କୁ ହତ୍ୟା କରି ସେମାନେ ସ୍ବର୍ଗପୁରୀରେ ଅବସ୍ଥାନ କରିଛନ୍ତି ବୋଲି କହୁଛନ୍ତି। ଏହି ଗୋଟିଏ ଘଟଣା ନୁହେଁ,ବିଭିନ୍ନ ସହରରେ ଏଭଳି ବହୁ ହୃଦୟ ବିଦାରକ ଦୃଶ୍ୟ ସାମ୍ନାକୁ ଆସିବାରେ ଲାଗିଛି। ଅନ୍ୟପକ୍ଷରେ ଇସ୍ରାଏଲରେ ଶାନ୍ତି ପ୍ରତିଷ୍ଠା ସହ ହିଂସା ବନ୍ଦ କରିବାକୁ ପୋପ୍ ଫ୍ରାନ୍ସିସ୍ ନିବେଦନ କରିଛନ୍ତି।