ମହାପ୍ରଭୁଙ୍କ ନିମନ୍ତେ ଚିଠି ଲେଖିଲେ ଦୌପଦୀ ମୁର୍ମୁ

ପୁରୀ: ଆଜି ଶ୍ରୀମନ୍ଦିର ଚତୁର୍ଦ୍ଧା ମୂରତି ଏବଂ ପାଶ୍ୱର୍ ଦେବତାଙ୍କୁ ଦର୍ଶନ କରି ମୁଁ ନିଜକୁ ସୌଭାଗ୍ୟବତୀ ମନେ କରୁଛି । ଓଡିଆ ଜାତିର ପରମ ଆରାଧ୍ୟ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ପ୍ରଣିପାତ କରି ମୁଁ ଏକ ବିରଳ ଓ ଦିବ୍ୟ ଅନୁଭୂତି ଲାଭ କରିଛି । ମହାପ୍ରଭୁ ଆଦିବାସୀମାନଙ୍କର ଦାରୁଦେବତା ଏବଂ ସମଗ୍ର ବିଶ୍ୱବ୍ରହ୍ମାଣ୍ଡ ଠାକୁର । ମାନବଜାତିର କଲ୍ୟାଣ ନିମନ୍ତେ ମୁଁ ତାଙ୍କ ନିକଟରେ ବିନମ୍ର ପ୍ରାର୍ଥନା କରୁଛି । ଶ୍ରୀ ଜଗନ୍ନାଥଙ୍କ ଆଶିଷ ଲାଭ କରି ଆମ ଦେଶ ଅଭିବୃଦ୍ଧି ଓ ବିକାଶର ଶୀର୍ଷରେ ପହଞ୍ଚୁ , ଏହା ମୋର କାମନା ।

ଏପରି ଏକ ଚିଠି ଲେଖିଛନ୍ତି ମହାମହିମ ଦୌପଦୀ ମୁର୍ମୁ । ଏହି ଚିଠିର ପ୍ରତିଟି ଶବ୍ଦରୁ ବାରି ହୋଇ ପଡୁଛି ମହାପ୍ରଭୁଙ୍କ ପ୍ରତି ଥିିବା ରାଷ୍ଟ୍ରପତିଙ୍କ ଭକ୍ତି । ତେବେ ରାଷ୍ଟ୍ରପତିଙ୍କ ଥିବା ସମସ୍ତ ଇଚ୍ଛା ମହାପ୍ରଭୁ ପୂରଣ କରନ୍ତୁ ।