(ଦାର୍ଜିଲିଂ) : ହାଡ଼ ଭାତ ଥଣ୍ଡାରେ ଥରୁଛି ଦାର୍ଜିଲିଂ । ବୁଧବାରଠାରୁ ତୁଷାରପାତ ଆରମ୍ଭ ହୋଇଯାଇଛି । ଦୀର୍ଘଦିନ ପରେ ପୁଣି ପର୍ଯ୍ୟଟନ କେନ୍ଦ୍ରଗୁଡ଼ିକ ଖୋଲିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଦୀର୍ଘ ୧୦ ବର୍ଷ ପରେ ଘାଟ ବରଫରେ ପୂର୍ଣ୍ଣ ହୋଇଛି । ରବିବାର ସକାଳ ନାରୁପାନ ବାଉନ ଚଳାଚଳ ସ୍ତବ୍ଧ ଚାଲିଛି ବରଫ ହଟାଇବା କାମ ।
ସୂଚନାନୁଯାୟୀ , କରୋନା ସଂକ୍ରମଣ ନିୟନ୍ତ୍ରଣକୁ ଆସିବା ପରେ ପର୍ଯ୍ୟଟକମାନେ ଭିଡ଼ ଜମାଉଛନ୍ତି ପାହାଡ଼ରେ । ଦାର୍ଜିଲିଂର ଆଖପାଖରେ ଯେଉଁମାନେ ରହିଛନ୍ତି ସେମାନେ ବି ଉପଭୋଗ କରୁଛନ୍ତି ଏହି ତୁଷାରପାତ ।