ଦଳିତ ଯୁବକ ଉପରେ ଅମାନବୀୟ ମାଡ ଭିଡିଓ ଭାଇରାଲ

ଉତ୍ତରପ୍ରଦେଶ : ଉତ୍ତରପ୍ରଦେଶର କାନପୁରରେ ଏକ ଅମାନବୀୟ ଘଟଣା ଦେଖିବାକୁ ମିଳିଛି । ୨୦ ବର୍ଷର ଏକ ଦଳିତ ଯୁବକକୁ ଦଳିତ ବର୍ଗ ଜାଣିବାରୁ ଲୋକମାନେ ମାଡ ମାରିଥିଲେ । ଏହି ଘଟଣା ଉତ୍ତରପ୍ରଦେଶର କାନପୁର ଦେହାତ ଜିଲାରେ ଘଟିଛି । ଦଳିତ ଯୁବକକୁ ଆକ୍ରମଣକରିଥିବା ଜଣକୁ ପୋଲିସ ଗିରଫ କରିଛି । ଯୁବକ ଜଣକ ଜାତି ଜାଣିବା ପରେ ଅମାନବୀୟ ଭାବେ ଆକ୍ରମଣ କରାଯାଇଥିଲା । ଯୁବକକୁ ବାଡିରେ ପିଟିବା ସହିତ ଯୁବକର ଶରୀର ପ୍ରାଇଭେଟ ପାର୍ଟ କୁ ଗୋଇଠା ମାରିବାର ଭିଡିଓ ରେ ଦେଖିବାକୁ ମିଳିଛି । ଦଳିତ ଯୁବକଙ୍କୁ ରକ୍ତାକ୍ତ ଅବସ୍ଥାରେ ଉଦ୍ଧାର କରାଯାଇ କାନପୁର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।