ମୁମ୍ବାଇ:ଲୋକପ୍ରିୟ ଗାୟକ ଦଲେର ମେହେନ୍ଦୀଙ୍କୁ ୨ବର୍ଷ ଜେଲ । ୧୫ବର୍ଷ ତଳର ମାନବ ଚାଲାଣ ମାମଲାରେ ଦଲେର ମହେନ୍ଦୀଙ୍କୁ ୨ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି ପଟିଆଲା କୋର୍ଟ । ପଟିଆଲା କୋର୍ଟ ଏହି ମାମଲାରେ ପ୍ରଥମେ ଦଲେରଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲା ଓ କିଛି ସମୟ ପରେ ଏଭଳି ଦଣ୍ଡ ଶୁଣାଇଛନ୍ତି । ୨୦୦୩ ରେ ସଦର ଥାନା ପୋଲିସ ତରଫରୁ ବଲ ବେଡା ଗାଁରେ ରହୁଥିବା ବକ୍ସିଶ ସିଂଙ୍କ ଅଭିଯୋଗ ଆଧାରରେ ଦଲେର ମେହନ୍ଦୀ ଓ ତାଙ୍କ ଭାଇ ଶମସେର ମେହନ୍ଦୀ ଓ ବୁଲବୁଲ ମେହେଟାଙ୍କ ବିରୋଦରେ ବିଦେଶକୁ ମାନବ ଚାଲାଣ କରିବାକୁ ୨୦ ଲକ୍ଷ ଟଙ୍କା ଠକି ନେଇଥିବା ଅଭିଯୋଗରେ ମାମଲା ରୁଜୁ କରିଥିଲା ।୨୦୦୩ ର ଏହି ମାମଲାରେ ଦଲେରଙ୍କୁ ଏଭଳି ସଜା ଶୁଣାଇବା ପରେ ପୋଲିସ ତୁରନ୍ତ ଦଲେରଙ୍କୁ ହେପାଜତକୁ ନେଇଛି ।